ବାଇକ ଧକ୍କାରେ ବୃଦ୍ଧ ମୃତ

0
52

ଭଞ୍ଜନଗର(ଓବି ନ୍ୟୁଜ)(ଜୟକୃଷ୍ଣ ପଟ୍ଟନାୟକ): ବାଇକ ଧକ୍କାରେ ବୃଦ୍ଧ ମୃତ ହୋଇଥିବା ଦେଖିବାକୁ ମିଳିଛି । ଭଞ୍ଜନଗର ଥାନା ଅନ୍ତର୍ଗତ ତୁରୁମୁ ପଂଚାୟତ ବାଲିଝର ଗ୍ରାମର ତ୍ରିଲୋଚନ ନାୟକ ସାଇକେଲରେ ସଉଦା କିଣି ଆସିବା ସମୟରେ ନିକଟସ୍ଥ ଢୋଲପେଟା ଗ୍ରାମରୁ ଫେରୁଥିବା ବେଳେ ପଛପଟୁ ଏକ ବାଇକ ଧକ୍କା ଦେଇଥିଲା । ଫଳରେ ତ୍ରିଲୋଚନ ରାସ୍ତା ପାଶ୍ୱର୍କୁ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ବାସିନ୍ଦା ଗୁରୁତର ଅବସ୍ଥାରେ ତ୍ରିଲୋଚନକୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଭଞ୍ଜନଗର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାର ଖବର ପାଇ ଗାଲେଣୀ ପୁଲିସ ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here