ଜିଲ୍ଲାସ୍ତରୀୟ ଯୁବ-ସଂସଦ କାର୍ଯ୍ୟକ୍ରମ ଉଦଯାପିତ

0
107

ଗଜପତି (ଓବି ନ୍ୟୁଜ୍) (ଗଣେଶ କୁମାର ରାଜୁ) ; ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ଆଲୁରି ନଗର ସ୍ଥିତ ସେଂଟୁରିଆନ ବିଶ୍ବବିଦ୍ୟାଳୟ ପରିସରରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ଜିଲ୍ଲା-ସ୍ତରୀୟ ଯୁବ-ସଂସଦ କାର୍ଯ୍ୟକ୍ରମ ଉଦଯାପିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସ୍ଵଧ। ଦେବ ସିଂ ଏବଂ ସମ୍ମାନିତ ଅତିଥି ଭାବେ ଡେପୁଟି କଲେକ୍ଟର(ନିର୍ବାଚନ) ଅଚ୍ୟୁତା ନନ୍ଦ ଜାନୀ ଓ ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର ଡ଼ଃ ଅନିତା ପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବହୁ-ସଂଖ୍ୟାରେ ପ୍ରତିଯୋଗୀ ମାନେ ଅଂଶଗ୍ରହଣ କରି ,ସେମାନଙ୍କର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ । ମୁଖ୍ୟତଃ ଏହି କାର‌୍ୟ୍ୟକ୍ରମରେ ଏକ ସୁନ୍ଦର ଭାରତ ଗଠନରେ ଯୁବ-ବର୍ଗ ଙ୍କ ଭୂମିକା , ଚିନ୍ତାଧାରା ଏବଂ କାର‌୍ୟ୍ୟପନ୍ଥା ବିତର୍କ ମାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ନେହେରୁ ଯୁବ କେନ୍ଦ୍ର ସଙ୍ଗଠନର ଜିଲ୍ଲା ସଂଯୋଜକ ଶ୍ରୀ ବିଜୟ ମହାପାତ୍ର ଏବଂ ଛାତ୍ର କଲ୍ୟାଣ ଡିନ ଡ଼ଃ ସୁଶାନ୍ତ କୁମାର ପଟନାୟକ ପ୍ରମୁଖ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରୁ ଦୁଇ ଜଣ ପ୍ରତିଯୋଗୀ ମନୋନୀତ ହୋଇ ନିଉଦିଲ୍ଲିରେ , ଅନୁଷ୍ଠିତ ହେବାକୁ ଥିବା ଯୁବ-ସଂସଦ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ।

LEAVE A REPLY

Please enter your comment!
Please enter your name here