ମୃତ ଉରିଏଲ ଗମାଙ୍ଗ ଙ୍କ ହତ୍ୟାକାରୀଙ୍କୁ ଗିରଫ ଓ ଦଣ୍ଡ ଦେବା ଦାବିରେ ରାସ୍ତା-ରୋକ

0
69

ଗଜପତି (ଓବି ନ୍ୟୁଜ୍) (ଗଣେଶ କୁମାର ରାଜୁ) ; ଗଜପତି ଜିଲ୍ଲା ଗୁମାବ୍ଳକ୍ ଅମ୍ବାଝରି ଗ୍ରାମ ମୁଖ୍ୟ ରାସ୍ତାରେ , ଗତ କିଛିଦିନ ତଳେ ମୃତ୍ୟୁ ହୋଇଥିବା ଉରିଏଲ ଗମାଙ୍ଗ ର ହତ୍ୟାକାରୀକୁ ଗିରଫ ଓ ଦଣ୍ଡ ଦେବା ଦାବିରେ ଆଜି ଆମ୍ବାଝରି ଗ୍ରାମର ଶତାଧିକ ଆଦିବାସୀ ରାସ୍ତାରୋକ ଆନ୍ଦୋଳନ କରିଛନ୍ତି । ଏହି ରାସ୍ତାରୋକ ଯୋଗୁଁ ଅପରାହ୍ନ ପର‌୍ୟ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହାନ ସବୁ ଅଟକି ରହିଥିଲା ଏବଂ ଲୋକେ ନହିଁ ନ ଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ । ଅନ୍ୟ ପକ୍ଷରେ ମୃତ ଉରିଏଲ ଗମାଙ୍ଗଙ୍କ ହତ୍ୟାକାରୀ ,ଗ୍ରାମର ସଂଜୟ ମଣ୍ଡଳ ଏବଂ ଅୟୁବ୍ ନାୟକଙ୍କୁ ଉଚିତ ଦଣ୍ଡ ନ ମିଳିବା ପର‌୍ୟ୍ୟନ୍ତ ଏ ଆନ୍ଦୋଳନ ଚାଲି ରହିବ୍ ବୋଲି ଆନ୍ଦୋଳନକାରୀ ମାନେ ଜିଦ ରେ ଅଟଳ ଥିଲେ ପ୍ରକାଶ ଯେ , ଗ୍ରାମର ଉରିଏଲ ଗମାଙ୍ଗ , କାଶୀନଗର କଲେଜରେ ପାଠ ପଢ଼ୁଥିଲା ଏବଂ ତାର , ଗ୍ରାମର ସଂଜୟ ମଣ୍ଡଳର ଝିଅ ସହିତ ପ୍ରେମ ସମ୍ପର୍କ ଥିଲା । ତେବେ ଏହି ପ୍ରେମ ସମ୍ପର୍କକୁ ଗ୍ରହଣ କରି ନ ପାରି ସଂଜୟ , ଉରିଏଲ ର ସାଙ୍ଗ ମାନଙ୍କୁ ଧମକ ଦେଇ ଏଥିରୁ ଉରିଏଲ ନ ଓହୋରିଲେ ଆମେ ତାକୁ ରେପ୍ କେଶରେ ଫସାଇ ଦେବୁ ନଚେତ ତାକୁ ହତ୍ୟା କରିଦେବୁ କହିଥିଲା ଏବଂ ଏହାର ଠିକ ୩/୪ ଦିନ ପରେ ଉରିଏଲ ର ମୃତ ଦେହ ନିକଟସ୍ଥ କାଜୁ ଗଛରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ପରେ ଏହାକୁ ଆତ୍ମହତ୍ୟା ରୁପ ଦିଆଯାଇ ଘଟଣାକୁ ଚପାଇ ଦିଆଯାଇଥିଲା । କାଜୁ ଗଛରେ ଫାଶୀ ହୋଇ ଝୁଳିଲା ବେଳେ ତାର ପାଦରେ ଓ ଅନ୍ୟାନ୍ୟ ଠାରେ କ୍ଷତ-ଆଘାତ ଚିହ୍ନ ଥିଲା । ଏହା ଫାଶୀ କି ଆତ୍ମହତ୍ୟା ନୁହେଁ , ତାକୁ ଗ୍ରାମର ଦୁଇଜଣ ହତ୍ୟକରି ଏଭଳି ରୁପ ଦେଇଛନ୍ତି ।ତେଣୁ ତାଙ୍କୁ ଗିରଫ କରାଯାଇ ଉଚିତ ଦନ୍ଦଡି ଆମକୁ ନ୍ୟାୟ ଦିଆଯାଉ ବୋଲି ଅଭିଯୋଗରେ କହିଥିଲେ । ଘଟଣାର ଖବର ପାଇ କିଛିଟା ବିଳମ୍ବରେ ପୋଲିସ ସଶସ୍ତ୍ର ବାହିନୀ ଘଟଣା ସ୍ଥଳରେ ପହଂଚି ଆନ୍ଦୋଳନକାରୀ ମାନଙ୍କୁ ବୁଝାଶୁଝା କରିଥିଲେ , ହେଲେ ଆନ୍ଦୋଳନକାରୀ ମାନେ ସେମାନଙ୍କ ଜିଦରେ ଅଟଳ ଥିଲେ ।

LEAVE A REPLY

Please enter your comment!
Please enter your name here