ଜୟପାଟଣା ୱାର୍ଡ ନ ୩ ରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

0
66

ଜୟପାଟଣା (ଓବି ନ୍ୟୁଜ୍) : ସରକାର ସ୍ୱଚ୍ଛ ଭାରତ ମିଶନ ରେ କୋଟି କୋଟି ଟଙ୍କା ଖର୍ଚ କରୁଥିଲେ ସତ୍ୱେ ଏହି ଯୋଜନା ର ଲାଭ କିଛି ମିଳୁନାହିଁ । ଏମିତୀ ଏକ ଉଦାହରଣ ଦେଖିବାକୁ ମିଳିଛି ଜୟପାଟଣା ର ୱାର୍ଡ ନ ୩ ରେ।ଦୀର୍ଘ ଦିନ ଧରି ଏଇହି ଡ୍ରେନ ସଫା ହୋଇନଥିବାରୁ ଏଥିରେ ପଙ୍କ,ଗୋଡି,ମାଟି ଜମି ଯାଇଅଛି ଏବଂ ବର୍ଷା ଯୋଗୁଁ ଏହା ରାସ୍ତା ଉପରକୁ ଚାଲିଆସୁଅଛି । ଯାହା ଫଳରେ ଏହା ଅସ୍ୱାସ୍ତ୍ୟକର ପରିବେଶ ସୃଷ୍ଟି କରୁଅଛି । ଏହି ସମସ୍ୟା ର ସମାଧାନ ପାଇଁ ଲୋକେ ବାରମ୍ବାର ସ୍ଥାନୀୟ ଅଧିକାରୀ ଙ୍କୁ ଜଣାଇବା ସତ୍ୱେ କୌଣସି ଫଳ ମିଳୁନଥିବା ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି । ଏହି ରାସ୍ତା ଦେଇ ୫ ଟି ପଂଚାୟତ ଯଥା ପ୍ରତାପପୁର,ବଡକାର୍ଲକୋଟ, ହୀରାପୁର,ସର୍ଗିଗୁଡା,ଅଇଁଲାଭଟା ଲୋକେ ଯାତାୟତ କରୁଛନ୍ତି, ଏଣୁ ସ୍ଥାନୀୟ ଲୋକେ ଶୀଘ୍ର ସଫା କରିବାକୁ ଦାବି କରୁଛନ୍ତି ।

LEAVE A REPLY

Please enter your comment!
Please enter your name here