ନମ୍ବର ବିହୀନ ପରିବା ବୋଝେଇ ଡାଲା ଅଟୋରୁ ୧୫ କେଜି ଗଞ୍ଜେଇ ଜବତ, ଚାଳକ ଫେରାର୍

0
47

ଦିଗପହଣ୍ଡି (ଓବି ନ୍ୟୁଜ୍) : ଦିଗପହଣ୍ଡି ଗଜପତିରୁ ଭାୟା ଡେଙ୍ଗାଓସ୍ତା ଏବଂ ଦିଗପହଣ୍ଡି ଦେଇ ଦୈନିକ ରେଶମ ସହର ବ୍ରହ୍ମପୁର କିମ୍ବା ଅନ୍ୟାନ୍ୟ ସହରକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଯାହା ଚର୍ଚ୍ଚା ଜୋର୍ ଧରିଥିଲା ତାହାର ଏକ ଉଦାହରଣ ଗୁରୁବାର ଦେଖିବାକୁ ମିଳିଛି । ୩୨୬ନଂ ଜାତୀୟ ରାଜପଥର ଡେଙ୍ଗାଓସ୍ତା ଠାରେ ଗୁରୁବାର ଭୋର୍ ସକାଳେ ଏକ ନମ୍ବର ବିହୀନ ପରିବା ବୋଝେଇ ଡାଲା ଅଟୋ କୌଣସି ଏକ ସ୍ଥାନରେ ଦୂର୍ଘଟଣା ଘଟାଇ ଡେଙ୍ଗାଓସ୍ତା ନିକଟରେ ଛାଡିଦେଇ ଚାଲିଯାଇଥିଲା । ପରିବା ବୋଝେଇ ଡାଲା ଅଟୋଟିରେ ପନିପରିବା ଆଦୌ ନଥିବା ବେଳେ କେବଳ ଖାଲି ବାସ୍କେଟ୍ ସବୁ ଭର୍ତ୍ତି ହୋଇ ରହିଥିଲା । ସେଥି ମଧ୍ୟରେ କିଛି ପ୍ୟାକେଟିଂ ହୋଇ ରହିଥିବା ବସ୍ତୁବିଶେଷକୁ ଦେଖି ବାସିନ୍ଦା ଦିଗପହଣ୍ଡି ଥାନା ପୋଲିସକୁ ଖବର କରିଥିଲେ । ଖବର ପାଇ ଦିଗପହଣ୍ଡି ଆଇଆଇସି ଗୌରାଙ୍ଗ ସାହୁ ସଦଳେବଳେ ଘଟଣା ସ୍ଥଳରେ ପହଞô୍ଚ ତଲାସୀ ଆରମ୍ଭ କରିବା ବେଳେ ସେତେବେଳେ ଗଞ୍ଜେଇ ବାସ୍ନା ହୋଇଥିଲା । ଗଞ୍ଜେଇର ଗନ୍ଧକୁ ବାରି ଥାନା ପୋଲିସ ତହସିଲଦାରଙ୍କୁ ଖବର କରିଥିଲେ । ପରେ ଦିଗପହଣ୍ଡି ତହସିଲର ଅତିରିକ୍ତ ତହସିଲଦାର ମନୋଜ ପ୍ରଭାକର କୁଜୁର୍ଙ୍କ ଉପସ୍ଥିତିରେ ଉକ୍ତ ପ୍ୟାକେଟିଂ ସବୁ ଜବତ କରି ତାହାକୁ ଓଜନ କରାଯାଇଥିଲା । ସେଥିରେ ୧୫ କେଜି ଗଞ୍ଜେଇ ରହିଥିବା ସ୍ପଷ୍ଟ ହେବା ପରେ ତାହାକୁ ଜବତ କରାଯାଇଥିଲା । ଏନେଇ ଦିଗପହଣ୍ଡି ଥାନାରେ କେସନଂ ୧୨୮/୧୯ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଫେରାର୍ ହୋଇଯାଇଥିବା ଚାଳକଙ୍କୁ ଗିରଫ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି ବୋଲି ଆଇଆଇସି ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here