ହିଞ୍ଜିଳିକାଟୁ (ଓବି ନ୍ୟୁଜ୍)(ପବିତ୍ର କୁମାର ପାତ୍ର) : ହିଞ୍ଜିଳିକାଟୁ ବଇଁଚବଣି ମୁଖ୍ୟରାସ୍ତା କଡ଼ରେ ୭ଟି ଗାଈ ଶୋଇଥିବା ବେଳେ ଗୁରୁବାର ଭୋରରୁ ଟ୍ରକ ନମ୍ବର(ଏପି୨୪ଟିବି- ୦୩୪୭) ବ୍ରହ୍ମପୁର ଠାରୁ ଆସ୍କା ଅଭିମୁଖେ ଯାଉଥିବା ସିମେଣ୍ଟ ବୋଝେଇ ଟ୍ରକ ଚଢିଯିବାରୁ ଘଟଣା ସ୍ଥଳରେ ୬ଟି ଗାଈର ମୃତ୍ୟୁ ଘଟିଥିବା ବେଳେ ଗୋଟିଏ ଗାଈ ଗୁରୁତର ଆହତ ହୋଇଛି । ହିଞ୍ଜିଳିକାଟୁ ସହର ରେ ଅନେକ ବ୍ୟକ୍ତି ଗୋପାଳନ କରି ଗାଈ ଠାରୁ କ୍ଷୀର ଉପାଦାନ କରି ଗାଈକୁ ଅବାଧରେ ରାସ୍ତାକୁ ଛାଡ଼ି ଦିଅନ୍ତି । ଅନ୍ୟ ଦୃଷ୍ଟିରୁ କହିବାକୁ ଗଲେ ପୌର ପରିଷଦ ପକ୍ଷରୁ ଅବାଧରେ ଗାଈ ଛାଡୁଥିବା ଗୋପାଳକଙ୍କୁ କୌଣସି କାର୍ୟ୍ୟାନୁଷ୍ଠାନ ନହେବା ଫଳ ରେ ଗାଈ ମାଲିକ ମାନେ ଆଜାଦ୍ ରେ ରହୁଛନ୍ତି। ରାସ୍ତା କଡ଼ରେ ଗାଈ ମାନେ ଶୋଇଥିବା ଯୋଗୁଁ ପ୍ରତିଦିନ ଦୁର୍ଘଟଣା ଘଟୁଛି ଏଥି ପ୍ରତି ପୌର ପରିଷଦ ଦୃଷ୍ଟି ଦୋଉନାହିଁ ଯାହା ଫଳରେ ଆଜି ଏତ୍ ବଡ଼ ଅଘଟଣା ଘଟିଛି । ଦୁର୍ଘଟଣା ଘଟାଇ ଗାଡ଼ି ଚାଳକ ଗାଡ଼ି ନେଇ ଦୃତ ଗତିରେ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ଗାଡିଟି ପିତଳ ଛକ ଠାରେ ଆଗ ଟାୟାର ଫୁଟି ଯିବା ଯୋଗୁଁ ଟ୍ରକରେ ଟାୟାର ବଦଳ କରୁଥିବା ସମୟରେ ପୁଲିସ ସଂପୃକ୍ତ ଗାଡ଼ିକୁ ପିଛା କରୁଥିବା ବେଳେ ପିତଳ ଛକ ନିକଟରେ ଗାଡ଼ିକୁ ଦେଖି ସନ୍ଦେହ ରେ ଡ୍ରାଇଭରକୁ ଦେଖି ପଚରା ଉଚରା ବେଳେ ଡ୍ରାଇଭର ସତ ମାନିଥିଲା ଘଟଣା ସ୍ଥଳରୁ ଗାଡ଼ିକୁ ଜବତ କରିବା ସହ ଏନେଇ ହିଞ୍ଜିଳି ଥାନା କେଶ ନଂ- ୧୮୧ରେ ଏକ ମାମଲା ରୁଜୁ କରି ଚାଳକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । ସ୍ଥାନୀୟ ପୌରାଂଚଳରେ କାଂଜିଆହୁଦା ବ୍ୟବସ୍ଥା ନଥିବାରୁ ଗାଈ ଗୋରୁ ଗୁଡ଼ିକ ସହରର ବିଭିନ୍ନ ଛକ ସ୍ଥାନ ମାନଙ୍କରେ ଅବାଧ ବୁଲୁଥିବା ପରିଲକ୍ଷିତ ହେଉଛି। ଏନେଇ କାର୍ୟ୍ୟନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ଅତି ଶୀଘ୍ର କାଂଜିଆହୁଦା କାମ ସଂପୂର୍ଣ୍ଣ ହେବ ବୋଲି ପ୍ରତିକ୍ରିୟା ରଖିଛନ୍ତି। ଦେଖା ଯାଉ ଆଉ କେତେ ଦୁର୍ଘଟଣା ପରେ ପ୍ରଶାସନ ଚେତିବ