ବେଗୁନିଆପଡା (ଓବି ନ୍ୟୁଜ୍) (ଗାୟତ୍ରୀ ଦେବୀ) ; ଦିନକୁ ଦିନ ପଲିଥିନ ଓ ପାଣି ପାଉଚ ବ୍ୟବହାର ଯୋଗୁଁ ଜଳର ସମସ୍ୟା ବଢ଼ିବାରେ ଲାଗିବା ସହ ପରିବେଶ ନଷ୍ଟ ହେବାରେ ଲାଗିଛି । ଏହାକୁ ଆଖି ଆଗରେ ରଖି ରାଜ୍ୟ ସରକାର ପଲିଥିନ ସମ୍ପୂର୍ଣ୍ଣ୍ ବନ୍ଦ କରି ବିକ୍ରି କରୁଥିବା ଲୋକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିଷ୍ପତି ନେଇ ଜିଲ୍ଲାପାଳ ମାନଙ୍କୁ ଆଦେଶ ଦେଇଛନ୍ତି । ଜିଲ୍ଲାପାଳଙ୍କ ପାଣି ପାଉଚ ନିର୍ଦ୍ଦେଶ କ୍ରମେ ସମସ୍ତ ଏନ୍.ଏ.ସି ଲୋକ ମାନଙ୍କୁ ବାରମ୍ବାର ସଚେତନ କରାଇଛନ୍ତି । ଏବଂ କିଛି ଜାଗାରୁ ଜୋରିମାନା ମଧ୍ୟ ଆଦାୟ କରିଛନ୍ତି ହେଲେ ଆଜି କୋଦଳା ଏନ୍.ଏ.ସି ର କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱପ୍ନାରାଣୀ ପାଢୀ ଏବଂ ତାଙ୍କର କିଛି ଷ୍ଟାଫଙ୍କ ସହ କୋଦଳା କୁମୁଟି ସାହି ଛକ ନିକଟରେ ଏକ ଦୋକାନରୁ ପାଣି ପାଉଚ ଜବତ କରିବାରୁ କିଛି ଲୋକ ତାଙ୍କୁ ଘେରି ଯାଇ ଏବଂ ପାଣି ପାଉଚ ଜବତ କରିବାକୁ ଦେଇନଥିଲେ । ପାଣି ପାଉଚ କାରାଖାନା ବନ୍ଦ ନ କରି ପାଣିପାଉଚ ବିକ୍ରି ବନ୍ଦ କାହିଁକି କରାଯାଉଛି ବୋଲି ବ୍ୟବସାୟୀ ମାନେ ଯୁକ୍ତି ବାଢିବା ସହ ଉତ୍ତେଜନା ସୃଷ୍ଟି ହୋଇଥିଲା । ଯାହା ଫଳରେ କୋଦଳା ଏନ୍.ଏ.ସି ନିର୍ବାହୀ ଅଧିକାରୀ ଏବଂ ଷ୍ଟାଫ ସେଠାରୁ ଫେରି ଆସିଥିଲେ । ଏ ସମ୍ପର୍କରେ କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ସ୍ଵପ୍ନାରଣୀ ପାଢ଼ୀ ଙ୍କ ସହ ଯୋଗାଯୋଗ କରିବାରେ ସେ ପ୍ରକାଶ କରିଛନ୍ତି ଯେ ସହର ଓ ପରିବେଶ କୁ ସଫା ରଖିବା ଆମର ଦାୟିତ୍ୱ, ପ୍ରଶାସନ ନିର୍ଦେଶ ଅନୁଯାୟୀ ପଲିଥିନ ମୁକ୍ତ ପରିବେଶ ସୃଷ୍ଟି କରିବା ପାଇଁ ସମସ୍ତଙ୍କ ସହଯୋଗ ନିହାତି ଆବଶ୍ୟକ । ଦରକାର ପଡିଲେ ପ୍ରଶାସନ ଉପସ୍ଥିତିରେ ଏହା ବନ୍ଦ କରିବା ପାଇଁ ପଦକ୍ଷେପ ନିଆଯିବ । ପଲିଥିନ ବନ୍ଦ ନିଷ୍ପତିକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରୁଛନ୍ତି । ଏଣୁ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ କୋଦଳା ଏନ୍.ଏ.ସି କୁ ପଲିଥିନ ମୁକ୍ତ କରିବା ପାଇଁ ବୁଦ୍ଧିଜୀବି ମାନେ ନିବେଦନ କରିଛନ୍ତି ।