କୋଦଳା ଓ ବେଗୁନିଆପଡା ଅଞ୍ଚଳରେ ବିଦ୍ୟୁତ କାଟ୍ ସହ ମୋବାଇଲ ସେବା ଠପ୍ ।

0
27

ବେଗୁନିଆପଡା (ଓବି ନ୍ୟୁଜ୍) (ଗାୟତ୍ରୀ ଦେବୀ) ; ସରକାର ସମସ୍ତ ଗ୍ରାମାଞ୍ଚଳରେ ସମ୍ପୂର୍ଣ୍ଣ ବିଦ୍ୟୁତ ଯୋଗାଇବା ନିମନ୍ତେ ଦିନ କୁ ଦିନ ଅତ୍ୟାଧୁନିକ କୌଶଳ ପ୍ରୟୋଗ କରିବା ସତ୍ତେ୍ୱ କୋଦଳା ଓ ବେଗୁନିଆପଡା ଅଞ୍ଚଳରେ ଦୈ÷ନନ୍ଦିନ ଅଘୋଷିତ ବିଦ୍ୟୁତ କାଟ୍ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପାଉଥିବାର ଦେଖାଯାଇଛି । ପ୍ରବଳ ଗରମ, ଗୁଳୁଗୁଳି ଓ ସାଧାରଣ ବର୍ଷା ହେଲେ ମଧ୍ୟ ବିଦ୍ୟୁତ ବିଭାଗର ଘଣ୍ଟାକୁ ଘଣ୍ଟା ଅଘୋଷିତ ବିଦ୍ୟୁତ କାଟ ଯୋଗୁ ଶିଶୁ ଠାରୁ ଆରମ୍ଭ କରି ବୟସ୍କ ଲୋକମାନେ ଦୟନୀୟ ଅବସ୍ଥାରେ ରହୁଥିବାର ଦେଖାଯାଇଛି । କେଉଁ କାରଣରୁ ବିଦ୍ୟୁତ ବିଭାଗ ବାରମ୍ବାର ବିଦ୍ୟୁତ କାଟ୍ କରୁଛନ୍ତି ତାହା ସାଧାରଣରେ ପ୍ରଶ୍ନବାଜି ସୃଷ୍ଟି କରିଛି । ବିଦ୍ୟୁତ କଟିବା ମାତ୍ରେ ମୋବଇଲ ସେବା ସମ୍ପୂର୍ଣ୍ଣ ଭାବେ ଠପ୍ ହୋଉଛି । ବିଦ୍ୟୁତ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଓ ଟେଲିକମ କମ୍ପାନୀର ଅଧିକାରୀମାନେ ଏଥିପ୍ରତି ଦୃଷ୍ଟି ଦେଇ ଏହାର ସମାଧାନ କରିବା ପାଇଁ ସାଧାରଣରେ ଦାବି ହୋଇଛି । ବିଶେଷ ଭାବରେ ୩୩ କଭି ବିଦ୍ୟୁତ ବିଭ୍ରାଟ ହେଉଛି ବୋଲି ବିଭାଗ ପ୍ରକାଶ କରିଛି ।

LEAVE A REPLY

Please enter your comment!
Please enter your name here