ଭୁଷୁଡିବା ଅପେକ୍ଷାରେ ବାରିହାହତା ପ୍ରାଥମିକ ବିଦ୍ୟାଳୟ, ପିଲାଙ୍କ ଜୀବନ ପ୍ରତି ବିପଦ

0
57

ବେଗୁନିଆପଡ଼ା (ଓବି ନ୍ୟୁଜ୍) (ଗାୟତ୍ରୀ ଦେବୀ) ; ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଷଣ୍ଡମୂଳ ପଞ୍ଚାୟତର ବାରିହାହତା ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ବିପଦ ସଙ୍କୁଳ ଥିବା ବେଳେ ଏଠାରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଜୀବନ ବିପଦପୂର୍ଣ୍ଣ ରହିଛି । ବିଦ୍ୟାଳୟର ପୁନାଦି ର ଗୋଟିଏ ପାର୍ଶ୍ୱରେ ଫାଟ ଦେଇ ଭୁଶୁଡ଼ି ଯାଇଥିବା ବେଳେ କାନ୍ଥ ମଧ୍ୟ ଫାଟ ଦେଲାଣି । ପୂର୍ବତନ ପ୍ରଧାନ ଶିକ୍ଷକ ସ୍ଵର୍ଗତ ସନାତନ ପ୍ରଧାନ ଏ ଘଟଣା ନେଇ ବି ଇ ଓ କାର୍ଯ୍ୟାଳୟକୁ ପୂର୍ବତନ ସି ଆର୍ ସି ସି ବଦ୍ରି ନାରାୟଣ ନନ୍ଦ ଙ୍କ ଜରିଆରେ ଅଭିଯୋଗ ଦେଇଥିଲେ ବି ଏହାର ମରାମତି କି ପୁନଃନିର୍ମାଣ ଦିଗରେ କୌଣସି ପଦକ୍ଷେପ ନିଆଯାଇନାହିଁ ଯାହା ଫଳରେ ପିଲା ଓ ଶିକ୍ଷକ ଙ୍କ ଜୀବନ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ବର୍ଷା ଦିନ ଥିବାରୁ କେତେବେଳେ ଛାତ ମଡେଇ ପଡିବ ତାହା ଉପରେ ମଧ୍ୟ ଆଶଙ୍କା ସ୍ରୁଷ୍ଟି ହୋଇଛି । ଏଠାରେ ମାତ୍ର ୧୩ ଜଣ ପିଲା ପାଠ ପଢୁଥିବା ବେଳେ ତାଙ୍କୁ ପାଠ ପଢାଇବା ପାଇଁ ନିୟୋଜିତ ୨ ଜଣ ଶିକ୍ଷକଙ୍କ ମଧ୍ୟରୁ ଅଳ୍ପ ମାସ ପୂର୍ବେ ପ୍ରଧାନ ଶିକ୍ଷକ ସନାତନ ପ୍ରଧାନ ଙ୍କ ଅକାଳ ବିୟୋଗ ଘଟିବା ପରେ ବର୍ତ୍ତମାନ୍ କେବଳ ଜଣେ ମାତ୍ର ଶିକ୍ଷକ ଶିକ୍ଷାଦାନ କରୁଛନ୍ତି । ଏ ଘଟଣା ନେଇ ନୂତନ ସି ଆର୍ ସି ସି ରବିନ୍ଦ୍ର ନାଥ ମହାରଣା ବି ଇ ଓ ଙ୍କୁ ଜଣାଇବା ସହ ସର୍ବଶିକ୍ଷା ଅଭିଯାନର କନିଷ୍ଠ ଯନ୍ତ୍ରୀ ଅମୀୟ କୁମାର ପାଢ଼ୀ ଙ୍କ ସହ ବିଦ୍ୟାଳୟ କୁ ଯାଇ ଘଟଣା ଅନୁଧ୍ୟାନ କରି ଫେରିଛନ୍ତି । ଏ ସମ୍ପର୍କରେ ବେଗୁନିଆପଡା ବି ଇ ଓ କମଳା କାନ୍ତ ସାହୁ ଙ୍କ ସହ ଯୋଗ ଯୋଗ କରିବାରେ ସେ ପ୍ରକାଶ କରିଛନ୍ତି ଯେ ଘଟଣା ଉପରେ ସେ ଅବଗତ ଅଛନ୍ତି ଏବଂ ସର୍ବଶିକ୍ଷା କନିଷ୍ଠ ଯନ୍ତ୍ରୀ ଙ୍କୁ ପଠାଇ ରିପୋର୍ଟ୍ ମାଗିଛନ୍ତି, ରିପୋର୍ଟ୍ ପାଇବା ପରେ ସେ କାର୍ଯ୍ୟାନୁଷ୍ଠାନ ନେବେ । ଏପଟେ ଏହି କୋଠା ତୁରନ୍ତ ମରାମତି କିମ୍ବା ପୁନଃନିର୍ମାଣ କରିବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here