ପାରିବାରିକ କଳହ ରୁ ମରଣାନ୍ତକ ଆକ୍ରମଣ, ୩ ଗୁରୁତର

0
42

ଭଞ୍ଜନଗର (ଓବି ନ୍ୟୁଜ୍) (ଜୟକୃଷ୍ଣ ପଟ୍ଟନାୟକ) ; ଭଞ୍ଜନଗର ବଡ଼ଧୋବା ସାହିରେ ଆଜି ଏକ ପାରିବାରିକ କଳହ ରୁ ତିନି ଜଣଙ୍କୁ ମରଣାତ୍ମକ ଆକ୍ରମଣ ହୋଇଥିବା ଜଣାପଡିଛି । ବଡ ସାହି ରେ ରହୁଥିବା ଏକ ଯଉଥ ପରିବାରରେ ଲାଇଟ ଲଗେଇବା କାରଣକୁ ନେଇ ଏହି ଘଟଣାଟି ଘଟିଥିଲା । ସୂଚନା ପ୍ରକାରେ ସୁରେଶ ବେହେରା ନିଜ ଭାଇବୋହୁ ଶାନ୍ତିଲତା ବେହେରା ଓ ଝିଆରୀ ରଶ୍ମିରାଣୀ ବେହେରା ଏବଂ ଜସ୍ମିନ ରାଣୀ ବେହେରା କୁ ପାରିବାରିକ କଳହରୁ ମାରଣାସ୍ତ୍ର ରେ ଆକ୍ରମଣ କରିଥିଲା । ଫଳରେ ସେମାନେ ଗୁରୁତର ଆହତ ହୋଇଛନ୍ତି । ଏସମ୍ପର୍କ ରେ ଜସ୍ମିନ ଆସି ଭଞ୍ଜନଗର ଥାନାରେ ଜଣେଇବାରୁ ପୋଲିସ ଘଟଣାସ୍ଥଳରେ ପହଂଚି ସମସ୍ତଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲ ରେ ଭର୍ତ୍ତି କରିଥିଲା ହେଲେ ଶାନ୍ତି ଓ ରଶ୍ମି ଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ସେମାନଙ୍କୁ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି । ପ୍ରକାଶ ଥାଉ କି, ପୂର୍ବରୁ ସୁରେଶ ବେହେରାଙ୍କ ଭାଇଙ୍କ ସହ ସୁରେଶଙ୍କ ଝଗଡା ଲାଗି ରହିଥିଲା । ପୋଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here