ଗଞ୍ଜାମ (ଓବି ନ୍ୟୁଜ୍) (ଉମାକାନ୍ତ ବେହେରା) ; ପାନୀୟ ଜଳ ସମସ୍ୟା କୁ ନେଇ ଗଞ୍ଜାମ ଏନ ଏ ସି ଅନ୍ତର୍ଗତ ଦାମୋଦରପୁର ଗ୍ରାମର ମହିଳା ମାନେ ଗରା ମାଠିଆ ଧରି ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଥିବା ଜଣାପଡିଛି । ଯାହାକୁ ନେଇ କିଛି ସମୟ ପାଇଁ ବ୍ରହ୍ମପୁର ପଟୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଯାନ ବାହାନ ରାସ୍ତାରେ ଅଟକି ରହିଥିଲା । ସ୍ଥାନୀୟ ଥାନାରେ ଅଧିକାରୀ ସୁଦାମ ମଲିକ ପହଞ୍ଚି ମହିଳା ମାନଙ୍କୁ ବୁଝାଇବା ଏବଂ ଜନସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀ ନ୍କ ସହ ଆଲୋଚନା ପରେ ମହିଳା ମାନେ ରାସ୍ତା ଅବରୋଧ ରୁ ହଟିଥିଲେ । ପ୍ରାପ୍ତ ସୁଚନା ଅନୁଯାୟୀ ୫ ଦିନ ହେଲା ୧୧ ନମ୍ବର ୱାର୍ଡ ର ଅନେକ ପରିବାର ପାନୀୟ ଜଳ ଆଦୌ ପାଉନଥିବା ବେଳେ ପୂର୍ବରୁ ବିଭିନ୍ନ ସମୟରେ ପାନୀୟ ଜଳ ସମସ୍ୟା ଜଟିଳ ହୋଇପଡୁଥିବା ଯୋଗୁଁ ଗ୍ରାମରେ ଘୋର ଅସନ୍ତୋଷ ପ୍ରକାଶ ପାଉଛି । ଏପରିକି ବିଭିନ୍ନ ସମୟରେ ଗ୍ରାମର ମହିଳା ମାନେ ଏନ ଏ ସି କତ୍ତୃପକ୍ଷ,ଛତ୍ରପୁର ଜନସ୍ୱାସ୍ଥ୍ୟ କାର୍ଯ୍ୟାଳୟ ଦୌଡ଼ିଲେ ମଧ୍ୟ କୌଣସି ସୁସୁଫଳ ମିଳିନଥିବା ଏହିଲା ମନେ ଅଭିଯୋଗ କରିଛନ୍ତି । ପ୍ରତିଶୃତି ଅନୁଯାୟୀ ଅପରାହ୍ନରେ ଜନସ୍ୱାସ୍ତ୍ୟ ବିଭାଗ ଅଧିକାରୀ ରମେଶ ଚନ୍ଦ୍ର ପଟନାୟକ,ସ୍ଥାନୀୟ ଥାନାରେ ଅଧିକାରୀ ସିଡମ ମଲିକ କନିଷ୍ଟ ଯନ୍ତ୍ରୀ ଆଶିଷ କୁମାର ବରାଳ ପହଞ୍ଚି ମହିଳା ମାନଙ୍କ ସହ ଆଲୋଚନା କରିବା ସହ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ଅପରାହ୍ନ ରେ ଜଳ ଛଡା ଯାଇଥିଲେ ମଧ୍ୟ ମଟର ବ୍ୟବହାର ଯୋଗୁଁ ଠି ଭାବେ ପାଣି ଆସିନଥିଲା । ଯାହାକୁ ନେଇ ବୁଦ୍ୟୁତ ବିଛିନ୍ନ କରି ପାଇଁ ଜଳ ଛଡା ଯିବା ନିମନ୍ତେ ନିଷ୍ପତି ନେବା ନିମନ୍ତେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରା ଯାଇଥିଲା । ଅନ୍ୟ ପଟେ ଋଷିକୂଲ୍ୟା ନଟିପଟରେ ରହିଥିବା ପ୍ରାୟ ୨୦ ରୁ ଉର୍ଦ୍ଧ୍ୱ ପରିବାର ପାନୀୟଜଳ ପାଇପାରୁ ନଥିବା ଅଭିଯୋଗ କରିଥିଲେ । ଗ୍ରାମରେ ଦ୍ୱିତୀୟ ଜଳଭଣ୍ଡାର ନିର୍ମାଣ
ହୋଇପାରିଲେ ଗ୍ରାମରେ ବାସ କରୁଥିବା ପ୍ରାୟ ୪୦୦ ରୁ ଉର୍ଦ୍ଧ ପରିବାର ଠିକ ଭାବେ ପାନୀୟ ଜଳ ପାଇପାରିବେ ବୋଲି ମତ ପ୍ରକାଶ ପାଇଥିଲା । ଯାହାକୁନେଇ ଗ୍ରାମବାସୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ବିଭାଗୀୟ କତ୍ତୃପକ୍ଷ ଜନ ପ୍ରତିନିଧି ପଦକ୍ଷେପ ନେବାକୁ ଅଂଚଳ ବାସୀ ଙ୍କ ପକ୍ଷରୁ ଦୃଢ଼ ଦାବି ହେଉଛି ।