ରୋଗୀଙ୍କୁ ଜରୁରୀକାଳିନ ସେବା ଯୋଗାଇବାରେ ୧୦୮ ଆମ୍ବୁଲାନ୍ସ ବିଫଳ, ଅଧଘଣ୍ଟା ବିଳମ୍ବରେ ପହଞ୍ଚିଥିବା ନେଇ ରୋଗୀ ହନ୍ତସନ୍ତ

0
41

ଛତ୍ରପୁର, (ଓବି ନ୍ୟୁଜ)(ପ୍ରଶାନ୍ତ କୁମାର ମହାରଣା) : ରୋଗୀଙ୍କୁ ଜରୁରୀକାଳିନ ସେବା ଯୋଗାଇବାରେ ସରକାର ୧୦୮ ଆମ୍ବୁଲାନ୍ସର ବ୍ୟବସ୍ଥା କରିଛନ୍ତି । ଜିଲ୍ଲା ସଦର ମହକୁମା ଛତ୍ରପୁର ହସ୍ପିଟାଲର ରୋଗୀଙ୍କ ଜରୁରୀକାଳିନ ସେବା ଯୋଗାଇବାରେ ପାଇଁ ଥିବା ୧୦୮ ଆମ୍ବୁଲାନ୍ସ ବାରମ୍ବାର ବିଫଳ ହେଉଥିବା ଅଭିଯୋଗ ହୋଇଛି । ଏହି ୧୦୮ ଗାଡି ବିଳମ୍ବରେ ପହଞ୍ଚିବା ନେଇ ଗୁରୁବାର ଦିବା ୧୨ ଘଣ୍ଟାରେ ଦୁଇ ଦୁଇ ଗୁରୁତର ରୋଗୀ ହନ୍ତସନ୍ତ ହୋଇଥିବା ନଜିର୍ ଆସିଛି । ଛତ୍ରପୁର ରିକାପଲ୍ଲୀ ହରିଜନ ସାହିର ସନ୍ତୋଷ ନାୟକ(୪୬) ଲିଭର ଖରାଫ ଜନିତ ରୋଗରୁ ବାରମ୍ବାର ରକ୍ତବାନ୍ତି କରୁଥାନ୍ତି । ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସଙ୍କଟାପନ୍ନ ଥିବାନେ ଡାକ୍ତର ତାଙ୍କୁ ବ୍ରହ୍ମପୁର ବଡମେଡିକାଲକୁ ସ୍ଥାନାନ୍ତର କରିବା ପାଇଁ ସମସ୍ତ ପ୍ରସ୍ତୁତି କରିଥିଲେ । ଏହି ବାବଦରେ ହସ୍ପିଟାଲର ମେ ଆୟୁ ହେଲପ୍ ଡେକ୍ସର କର୍ମଚାରୀ ୧୨ ଟା ୫ ମିନିଟ୍ରେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । କିନ୍ତୁ ୧୦୮ ଗାଡି ୧୨ ଟା ୩୫ ମିନିଟ୍ରେ ହସ୍ପିଟାଲରେ ପହଞ୍ଚିଥିଲା । ଏହା ମଧ୍ୟରେ ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମୟ କ୍ରମେ ଗୁରୁତର ହେବାକୁ ଲାଗିଥିଲା । ରୋଗୀଙ୍କ ପତ୍ନୀଙ୍କ ଠାରୁ ଆରମ୍ଭ କରି ପରିବାର ଲୋକେ କାନ୍ଦବୋବାଳ ମଧ୍ୟରେ ଅନ୍ୟ କିଛି ବ୍ୟବସ୍ଥା ପ୍ରତି ଚିନ୍ତା କରିବାକୁ ବୁଧିବିଚାର ଆସୁନଥାଏ । ଏଭଳି କି ଛତ୍ରପୁର ହସ୍ପିଟାଲର ଆମ୍ବୁଲାନ୍ସ ଗାଡିର ଡ୍ରାଇଭର ସେହି ସମୟରେ ମଧ୍ୟ ନଥିଲେ । ଯାହାଫଳରେ ରୋଗୀକୁ ସଂପୂର୍ଣ୍ଣ ଭାବେ ହଟହଟ୍ଟା ହେବାକୁ ପଡିଥିଲା । ଶେଷରେ ୧୨ ଟା ୩୫ ମିନିଟ୍ରେ ହସ୍ପିଟାଲରେ ୧୦୮ ଆମ୍ବୁଲାନ୍ସ ପହଞ୍ଚିବା ପରେ ସଂଗେ ସଂଗେ ରୋଗୀ ସନ୍ତୋଷକୁ ବ୍ରହ୍ମପୁର ସ୍ଥାନାନ୍ତର ହୋଇଥିଲା ।

ସେହିପରି ଉକ୍ତ ସମୟରେ ହିଁ ଛତ୍ରପୁର ବ୍ଲକ କାଳିପଲ୍ଲୀ ଗାଁର ଆନନ୍ଦ ରେଡ୍ଡି(୪୫) ନାମକ ଜଣେ ବ୍ୟକ୍ତିଙ୍କ ହୃଦ୍ଘାତରେ ପ୍ରଥମ ଷ୍ଟୋକ୍ ମାରିଥିବା ନେଇ ତାଙ୍କୁ ହସ୍ପିଟାଲରେ ଅକ୍ସିଜେନ୍ ଦେଇ ଅନ୍ୟ ଏକ ଡାକ୍ତର ଚିକିତ୍ସା କରୁଥାନ୍ତି । ତାଙ୍କରି ଛାତିରେ ଭୀଷଣ ଯନ୍ତ୍ରଣା ହେଉଥିବା ନେଇ ଛଟପଟ ହୋଇଥାନ୍ତି । ତାଙ୍କୁ ମଧ୍ୟ ବ୍ରହ୍ମପୁର ବଡମେଡିକାଲକୁ ତୁରନ୍ତ ସ୍ଥାନାନ୍ତର ତୁରନ୍ତ କରିବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । ସେଥିରେ ମଧ୍ୟ ରୋଗୀଙ୍କୁ ଜରୁରୀକାଳିନ ସେବା ଯୋଗାଇବାରେ ୧୦୮ ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିଥିଲା । ରୋଗୀଙ୍କୁ ଜରୁରୀକାଳିନ ସେବା ପାଇଁ ୧୦୮ ଆମ୍ବୁଲାନ୍ସ ଗାଡି ଗୁଡିକ ଲଗାମ କାହା ନିକଟରେ ରହିଛି । ସେମାନେ ଏହା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବା ପାଇଁ ବୁଦ୍ଧିଜୀବି ମହଲରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here