ଡିଏଫଓ ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

0
63

ଭଞ୍ଜନଗର (ଓବି ନ୍ୟୁଜ)(ଜୟକୃଷ୍ଣ ପଟ୍ଟନାୟକ): ଭଞ୍ଜନଗର ଲଣ୍ଡେଇ ସାହିର ୟୁନିଟ୍ ୪ ସ୍ଥିତ ପୂର୍ବତନ ଡିଏଫଓ ରବି ନାରାୟଣ ବେହେରାଙ୍କ ବାସଭବନରେ ଆଜି ସକାଳୁ ଭିଜିଲାନ୍ସର ଗୋଟିଏ ଟିମ ଚଢ଼ାଉ କରି ଆବଶ୍ୟକିୟ କାଗଜ ପତ୍ର ଯାଞ୍ଚ କରିଛି । ପୂର୍ବତନ ଡିଏଫଓ ଶ୍ରୀ ବେହେରା ଙ୍କ ପୁତ୍ର ଡିଏଫଓ ଆଶିଷ କୁମାର ବେହେରା ବର୍ତ୍ତମାନ ବ୍ରହ୍ମପୁର ଡିଏଫଓ ଭାବେ କାର୍ଯ୍ୟ କରୁଥିବା ସହ ବହୁ ପଦବୀ ରେ ରହିଛନ୍ତି । ତେଣୁ ତାଙ୍କ ଆୟ ବହିରଭୁତ ସମ୍ପତ୍ତି ର ଆକଳନ ପାଇଁ ଫରେଷ୍ଟ କାର‌୍ୟ୍ୟାଳୟ, ବାସ ଭବନ ଓ ଭଞ୍ଜନଗର ଘରେ ଏବଂ ଅନ୍ୟାନ୍ୟ ସ୍ଥାନରେ ଏକ କାଳୀନ ଚଢ଼ାଉ ଚାଲିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here