ଆଲବମ୍ ହିରୋ ଆକାଶ ପଟ୍ଟନାୟକ ; ଆଲବମ୍ ଜଗତରେ ପ୍ରଥମ ପାଦ, ବଡ଼ ସଫଳତା

0
462

ପାତ୍ରପୁର, (ଓବି ନ୍ୟୁଜ)(ବଦ୍ରି ନାରାୟଣ ରଣା) : ସମସ୍ତେ କୁହନ୍ତି ବଣମଲ୍ଲୀ ବଣରେ ଫୁଟି ମଉଳି ଯାଏ କିନ୍ତୁ ବଣମଲ୍ଲୀ ଆଜି ସହରରେ ମଧ୍ୟ ଚହଟୁଥିବା ଦେଖିବାକୁ ମିଳିଛି । ପିଲାଟି ଦିନରୁ ଅଭିନୟ ଅଭିଳାଷ ରଖିଥିଲେ ଆକାଶ । ସେ ଆଜି ଆଲବମ୍ ଜଗତରେ ପ୍ରଥମ ପାଦ ଥାପି ବଡ଼ ସଫଳତା ଆଡ଼କୁ ଅଗ୍ରସର ହେଉଥିବା ଦେଖିବାକୁ ମିଳିଛି । ଗଂଜାମ ଜିଲ୍ଲା ପାତ୍ରପୁର ବ୍ଳକ ସଦର ମହକୁମାରର ଆକାଶ ପଟ୍ଟନାୟକ । ସେ ଆଲବମ୍ ଜଗତରେ ପ୍ରଥମ ପାଦ ଥାପିଥିବା ବେଳେ ଦୁଇଟି ଆଲବମ୍‌ରେ ପାଦ ଦେଇସାରିଛନ୍ତି । ପ୍ରଥମ ଆଲବମ୍ ଲବ୍ ଡ଼ୋଜ୍ ଓ ଦ୍ୱିତୀୟ ଆଲବମ୍ ନବମ ଶ୍ରେଣୀ ଝିଅ ଓଡ଼ିଶା ଆଲବମ୍ ଜଗତରେ ହଲଚଲ ସୃଷ୍ଟି କରିଛି । ତେବେ ସେ ଆହୁରି ଆଲବମ୍ ସହ ବିଭିନ୍ନ ସିନେମା ଓ ଟିଭି ପରଦାରେ ଅଭିନୟ ଆଶା ରଖିଛନ୍ତି ।

ପାତ୍ରପୁର ଗ୍ରାମର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଅଜା ରାମଚନ୍ଦ୍ର ପଟ୍ଟନାୟକ ଓ ଆଈ ସତ୍ୟଭାମା ପଟ୍ଟନାୟକଙ୍କ ନିକଟରେ ପିଲାଦିନରୁ ସେମାନଙ୍କ ନିକଟରେ ବଢ଼ିଛନ୍ତି । ପିତା ଅଖିଳ କୁମାର ପଟ୍ଟନାୟକ ଓ ମାତା ମଞ୍ଜୁଳା ଦେବୀଙ୍କ ଏକମାତ୍ର ପୁତ୍ର ଆକାଶ ପିଲାଟି ଦିନରୁ ପାଠପଢ଼ା ଓ କ୍ରିକେଟ୍ ଖେଳ ସହ ଭଲ ଅଭିନେତା ହେବାକୁ ଆଶା ବାନ୍ଧିଥିଲେ । କିନ୍ତୁ ଆଜି ସେ ସୁଯୋଗ ଆସିଥିବା ବେଳେ ଓଡ଼ିଶା ବାସୀଙ୍କ ସହଯୋଗରେ ଆହୁରି ଆଗକୁ ଅଗ୍ରସର ହୋଇପାରିବେ ବୋଲି ସେ କହିଛନ୍ତି । ପିଲାଦିନେ ବିଭିନ୍ନ ଡ଼୍ରାମାରେ ଶିଶୁ କଳାକାର ଭାବେ ଅଭିନୟ କରୁଥିବା ବେଳେ ବିଭିନ୍ନ ନୃତ୍ୟ ପ୍ରତିଯୋଗିତାରେ ଭାଗନେଇ ଅନେକ ପୁରସ୍କାର ସାଉଁଟି ଆଣିଛନ୍ତି । ମଧ୍ୟମ ପରିବାରରୁ ଜନ୍ମ ହୋଇଥିଲେ ହେଁ ନିଜର ସାଙ୍ଗସାଥି, ବାପା ମା ଓ ଅଞ୍ଚଳବାସୀଙ୍କ ଆଶିର୍ବାଦରୁ ଏତେବାଟ ଆସିପାରିଛନ୍ତି । ଉଚ୍ଚ ଆଶା ରଖିଥିବା ଅକାଶ ଆଜି ଆଲବମ୍ ଜଗତରେ ପ୍ରଥମ ପାଦ ଥାପି ସୁନ୍ଦର ନୃତ୍ୟରେ ଓଡ଼ିଶାବାସୀଙ୍କ ମନମୋହୁଥିବା ଦେଖିବାକୁ ମିଳିଛି । ୟୁଟୁବ୍‌ରେ ପ୍ରଥମ ଆଲବମ୍ ଗତ ସେପ୍ଟେମ୍ବର ମାସ ୮ ତାରିଖରେ ସତ୍ୟଜିତ୍‌ଙ୍କ ଗୀତରେ ଲବ୍ ଡ଼ଜ୍ ରିଲିଜ୍ ହୋଇଥିଲା ଏବଂ ତାଙ୍କର ନୃତ୍ୟ ଜାଦୁରେ ୨୫ ହଜାର ୧୭୩ ଦେଖିସାରିଥିବା ବେଳେ ନବମ ଶ୍ରେଣୀ ଝିଅ ଦ୍ୱିତୀୟ ଆଲବମ୍ ଗତ ନଭେମ୍ବର ୨ ତାରିଖରେ ରିଲଜ୍ ହୋଇଥିବା ମଣ୍ଟୁ ଛୁରିଆଙ୍କ ଗୀତର ନୃତ୍ୟକୁ ୭ ଲକ୍ଷ ୭୯ ହଜାର ୧୪୬ ଜଣ ଦେଖିସାରିଛନ୍ତି । ସେହିଭଳି ଫେସବୁକ୍ ୱାଟସପ୍‌ରେ ସୋସିଏଲ୍ ମିଡ଼ିଆରେ ଏହା ବହୁମାତ୍ରାରେ ଭାଇରାଲ୍ ହେବାରେ ଲାଗିଛି । ପିଲାଦିନରୁ କ୍ରିକେଟ୍ ଓ ଅଭିନୟରେ ରୁଚି ରଖିଥିବା ଅକାଶ ଏବେ ଗୋଟିଏ ପରେ ଗୋଟିଏ ସଫଳତା ମୁହାଁ ହେଉଥିବା ଦେଖବାକୁ ମିଳିଛି । ସେ ମାମୁଁ ନୀଳାଞ୍ଚଳ ପଟ୍ଟନାୟକଙ୍କ ଠାରୁ ଅନୁପ୍ରାଣିତ ହୋଇ ଅଭିନୟ ଓ ନୃତ୍ୟ ଦିଗରେ ପାଦ ଥାପିଥିବା ପ୍ରକାଶ କରିଥିବା ବେଳେ ଭିଣୋଇ ଦେବାଶିଷ ପଟ୍ଟନାୟକଙ୍କ ପ୍ରଚଷ୍ଟାରେ ଆଲବମ୍ ଦୁନିଆରେ ପାଦ ଦେଇଥିବା କହିଛନ୍ତି । ଏବେ ଆକାଶଙ୍କ ସଫଳତାକୁ ନେଇ ଚାରିଆଡ଼େ ଚର୍ଚ୍ଚା ହେଉଥିବା ବେଳେ ସବୁ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here