ହିଂଜିଳିକାଟୁ(ଓବି ନ୍ୟୁଜ)(ପବିତ୍ର କୁମାର ପାତ୍ର): ରେଗିଡ଼ି ସାହି ବୋଲବମ ସଂଘର କାଉଡିଆ ମାନେ ଧାର୍ମିକ ଶ୍ରକ୍ଷବଣମାସ ରେ ମହାଦେବଙ୍କ ପାଖରେ ଜଳଲାଗି କରିବା ପାଇଁ ନୂଆଗଡ଼ ସ୍ଥିତ ବାଲୁଙ୍କେଶ୍ୱର ଶୈବପୀଠରେ ମାସିକିଆ ସଂକଳ୍ପ ବ୍ରତ ଧାରଣା କରିଛନ୍ତି । ପଣ୍ଡିତ ନୀଳାମ୍ବର ପାଢ଼ୀଙ୍କ ପୌରହିତ୍ୟରେ ପୂଜାହେମାନି ଅନୁଷ୍ଠିତ ହୋଇ କର୍ତ୍ତକ୍ଷ ରୂପେ ଲକ୍ଷ୍ମଣ ପଣ୍ଡା ଉପସ୍ଥିତି ଥିବା ବେଳେ ବାଲୁଙ୍କେଶ୍ୱର ବୋଲବମ ସଂଘର ପ୍ରଥମପାଳି ସୋମବାର ଆସିକାର ଋଷିକୂଲ୍ୟାନଦୀର ପବିତ୍ର ଜଳଧାରଣା କରି ହିଞ୍ଜିଳିକାଟୁର ନୂଆଗଡରେ ଥିବା ବାଲୁଙ୍କେଶ୍ୱରଙ୍କ ପୀଠରେ ଜଳଲାଗି କରିବେ ବୋଲବମ ସଂଘର ସଭାପତି ପପୁ ଆଚାରୀ ,ଉପସଭାପତି ଶ୍ରୀକାନ୍ତ ଦାଶ , ବିଦ୍ୟାଧର ପାଣିଗ୍ରାହୀ,ମହେଶ୍ୱର ମିଶ୍ର ,ଶ୍ରୀମନ୍ତ ଚୌଧୁରୀ , ସୁଦାମ ପଣ୍ଡା ,ସାଗର ,ରାହୁଲ ଡାକୁଆ ଆଦି ଉପସ୍ଥିତ ଥିଲେ।