ଟଙ୍କା ପାଇଁ ନାତିକୁ ବିକ୍ରି କଲା ଆଈ

0
35

ବୀରମହାରାଜପୁର(ଓବି ନ୍ୟୁଜ)(ସୂର୍ଯ୍ୟନାରାୟଣ ପଣ୍ଡା): ଟଙ୍କା ଆଗରେ ବଳି ପଡ଼ିଯାଇଛି ସମ୍ପର୍କ । ଆଇ ହୋଇ ଛୁଆକୁ ବିକ୍ରି କରିବା ପରି ନିନ୍ଦନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ । ଗୋଟିଏ ପରିବାରର ଏକ ବର୍ଷର ଶିଶୁପୁତ୍ରକୁ ତା ଆଇ ବିକ୍ରି କରିଥିବା ଜଣାପଡ଼ିଛି । ଏହି ଅଭିଯୋଗ ଖୋଦ ଶିଶୁର ମା ଆଣିଛନ୍ତି । ଅଭିଯୋଗ ଅନୁଯାୟୀ, ରାୟଗଡ଼ାରେ ଆଈ ନିଜ ନାତିକୁ ନେଇ ବିକ୍ରି କରିଦେଇଥିବା ବିକ୍ରି କରିଦେଇଥିବା ଶିଶୁଟିର ଜନ୍ମକଲା ମା କହିଛନ୍ତି । ଏନେଇ ବିନିକା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଜାରି କରିଛି । ଏହା ସହ ଶିଶୁର ଜନ୍ମଦାତ୍ରୀ ମା ଓ ଆଈକୁ ବିନିକା ପୋଲିସ ପଚରାଉଚରା କରୁଛି ।

LEAVE A REPLY

Please enter your comment!
Please enter your name here