କାମରେ ଆସୁନି ଦର୍ଶକ ଗାଲେରୀ ରାଧାମୋହନ ବିଦ୍ୟାପୀଠ ଖେଳପଡିଆ ଉନ୍ନତି ଅର୍ଥ ଆତ୍ମସାତ ଅଭିଯୋଗ !

    0
    34

    ଦିଗପହଣ୍ଡି(ଓବି ନ୍ୟୁଜ୍)(ଶିବ ପ୍ରସାଦ ରଥ: ଦିଗପହଣ୍ଡି ବ୍ଲକ ନିମଖଣ୍ଡିପେଣ୍ଠ ଗ୍ରାମ ସ୍ଥିତ ରାଧାମୋହନ ବିଦ୍ୟାପୀଠର ଖେଳପଡିଆ ଉନ୍ନତି ଅର୍ଥ ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଛି । ଖେଳ ପଡିଆ ଉନ୍ନତି ପାଇଁ ଆସିଥିବା ଅର୍ଥରେ ହୋଇଥିବା ଦର୍ଶକ ଗାଲେରୀ ଏବେ କୌଣସି କାମରେ ଆସୁନଥିବା ବେଳେ ତାହା ଏବେ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିବା ଦେଖିବାକୁ ମିଳିଛି । ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦାୟିତ୍ୱ ହୀନତା ଯୋଗୁଁ ଏହାର ରକ୍ଷଣା ବେକ୍ଷଣ ହେଉନଥିବା ଜାଣିବାକୁ ମିଳିଛି । ପ୍ରକାଶ ଯେ ଗତ ୨୦୧୬-୧୭ ଆର୍ଥିକ ବର୍ଷରେ ବିଦ୍ୟାଳୟର ଖେଳ ପଡିଆର ଉନ୍ନତି ସକାଶେ ୧ ଲକ୍ଷ ଟଙ୍କା ଅର୍ଥ ଅନୁମୋଦନ ହୋଇଥିଲା । ଏହି ଅର୍ଥରେ ଖେଳପଡିଆର ତିନି ଗୋଟି ସ୍ଥାନରେ ଦର୍ଶକ ଗାଲେରୀ ନିର୍ମାଣ କରାଯାଇଥିଲା । ଉକ୍ତ ଦର୍ଶକ ଗାଲେରୀ ଗୁଡିକରେ ଗୋଟିଏ ଲେଖାଏଁ ଦର୍ଶକ ଗାଲେରୀରେ ୩ ଜଣଙ୍କ ଠାରୁ ଅଧିକା ବସିବା କ୍ଷମତା ନଥିବା ଦେଖିବାକୁ ମିଳିଛି । ଖେଳପଡିଆଟି ବିଦ୍ୟାଳୟର ଠାରୁ ୫୦୦ ମିଟରରୁ ଉଦ୍ଧ୍ୱର୍ ଦୂରତାରେ ରହିଥିବା ବେଳେ ପିଲାମାନଙ୍କୁ ଖେଳ ପିରିୟଡ୍ରେ କିଭଳି କ୍ରୀଡା ଶିକ୍ଷା ଦିଆଯାଉଛି ତାହା ବେଶ୍ ଅନୁମେୟ । ଖେଳ ପଡିଆଟି ଦୂରରେ ରହିଥିବା ବେଳେ ତାହାର ଉପଯୁକ୍ତ ରକ୍ଷଣା ବେକ୍ଷଣ ହେଉନଥିବାରୁ ତାହା ଏବେ ଛୋଟ ବଡ ଗୁଳ୍ମ ଲତାରେ ଭର୍ତ୍ତି ହୋଇଯାଇଛି । ସେହିପରି ଦର୍ଶକ ଗାଲେରୀକୁ ଲାଗି ସବୁ ସ୍ଥାନରେ ଗଛଲତା ଭର୍ତ୍ତି ହୋଇଯାଇଛି । ରାସ୍ତା ପାଶ୍ୱର୍ରେ ଦେଶୀ ମଦ ଭାଟି ପାଶ୍ୱର୍ରେ ଖେଳପଡିଆଟି ରହିଥିବା ହେତୁ ସର୍ବଦା ଗଈ ଗୋରୁ ଚରିବା ପାଇଁ ଖେଳପଡିଆକୁ ଚାଲି ଆସୁଥିବା ବେଳେ ମଦ୍ୟପ ମାନଙ୍କର ପ୍ରାୟତଃ ଆଡ୍ଡା ଜମି ରହିଥାଉଛି । ଏଭଳି ସ୍ଥଳରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳା ଏବେ ଦାୟୀତ୍ୱ ହୀନତା ଯୋଗୁଁ ବିଦ୍ୟାଳୟର ପିଲାମାନେ ଶାରିରୀକ ଶିକ୍ଷା ଏବଂ ବ୍ୟାୟାମ କ୍ରୀଡା ଆଦିରୁ ବଞ୍ଚିତ ହେଉଥିବା ଆଭାସ ମିଳିଛି । ଖେଳ ପଡିଆକୁ ଦେଖିଲେ ୧ ଲକ୍ଷ ଟଙ୍କାରେ କେଉଁ ସବୁ କାମ ହେଉଛି ତାହା ବାରି ହୋଇଯାଉଥିବା ବେଳେ ଭିଜିଲାନ୍ସ ସ୍ତରୀୟ ଯାଞ୍ଚ କରିଲେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ କାର‌୍ୟ୍ୟକଳାପର ପର୍ଦ୍ଦାଫାସ୍ ହୋଇପାରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ସମ୍ପ୍ରତ୍ତି ଉକ୍ତ ଖେଳପଡିଆଟି ବର୍ଷାରେ ନଷ୍ଟ ହୋଇଯାଇଥିବା ବେଳେ ବିଦ୍ୟାଳୟରୁ ଦୂରତାରେ ରହୁଥିବା ହେତୁ ବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟ ହେୟଜ୍ଞାନ ମଣୁନଥିବା ଜାଣିବାକୁ ମିଳିଛି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟିକୁ ନେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ଜୋର୍ ଧରିଛି ।

    LEAVE A REPLY

    Please enter your comment!
    Please enter your name here