ପାରଳାଖେମୁଣ୍ଡି(ଓବି ନ୍ୟୁଜ୍)(ଗଣେଶ ରାଜୁ: ଜଳସେଚନ ପାଇଁ ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ପ୍ରକାଶ ପ୍ରକାରେ ଗଭୀର ନଳକୂପ ସେଚ ଯୋଜନାରେ ଚାଷଜମିରେ ବୋରୱେଲ ଦ୍ୱାରା ଜଳସେଚନ ସୁବିଧା ପାଇବା ପାଇଁ ଗତ ୪ ବର୍ଷ ପୂର୍ବେ ଚାଷୀ ଅନ୍ ଲାଇନରେ ଉଠାଜଳସେଚନ, ଡ଼ିଭିଜନ ଗଜପତି ନାମରେ ୨୦ ହଜାର ଟଙ୍କା ଜମା କରିଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ଚାଷୀ ସେହି ବୋରୱେଲ ଦ୍ୱାରା କୌଣସି ଉପକାର ପାଇପାରିନଥିବା ଅଭିଯୋଗ କରିଛନ୍ତି ।
ଗଜପତି ଜିଲ୍ଲା କାଶୀନଗର ବ୍ଲକଗୌରୀ ଓ ବାଡ଼ିଗାଁ ଗ୍ରାମ ଏକ କୃଷି ବହୁଳ ଅଂଚଳ । ଏଠାରେ ଲୋକେ ମୁଖ୍ୟତଃ ଚାଷ ଉପରେ ନିର୍ଭର କରିଥାନ୍ତି । ଏଠାରେ ଜଳସେଚନର କୌଣସି ସୁବିଧା ନାହିଁ । ଚାଷ କ୍ଷେତ୍ରରେ ଚାଷୀକୁଳ ମୁଖ୍ୟତଃ ବର୍ଷା ଜଳ ଉପରେ ହିଁ ନିର୍ଭାର କରିଥାନ୍ତି । ବର୍ଷା ଯଦି ଠିକ୍ ଭାବେ ନହୁଏ ତାହେଲେ ଚାଷୀକଳଙ୍କୁ ପ୍ରାୟତଃ ମରୁଡ଼ିର ସମ୍ମୁଖୀନ ହେବାକୁ ପଡ଼ିଥାଏ । ବର୍ତମାନ ଶତାଧିକ ଚାଷଜମି ଏବେ ଜଳର ଅଭାବ ଯୋଗୁଁ ପଡ଼ିଆ ପଡ଼ି ରହିଛି । ଏଭଳି ପରିସ୍ଥିତିର ସମ୍ମୁଖୀନ ହୋଇ ଅନେକେ ଭିନ୍ନ ରାଜ୍ୟକୁ ଦାଦନ ଖଟିବାକୁ ଚାଲି ଯାଇଥିବା କହିଛନ୍ତି । ଗତ ୪ ବର୍ଷ ପୂର୍ବେ ଚାଷୀକୁଳ ଟଙ୍କା ଜମା କରିବା ପରେ ବିଭାଗୀୟ ପକ୍ଷରୁ ହୋଇପାରିନଥିବା ଯୋଗୁଁ ଚାଷୀକୁଳ ଏହି ଯୋଜନା ସୁବିଧାରୁ ବଂଚିତ ହୋଇ ଚାଷ ଜମିରେ ଚାଷକାର୍ଯ୍ୟ କରି ନପାରି ଚାଷ ଜମିକୁ ଗତବର୍ଷ ଭଳି ପଡ଼ିଆ ଛାଡ଼ି ଦେଇଛନ୍ତି । ଏଭଳି ପରିସ୍ଥିତିକୁ ନେଇ ଚାଷୀମାନେ ବହୁବାର ଜିଲ୍ଲାପା, ବିଭାଗୀୟ ପ୍ରମୁଖ ସଚିବ ଓ ନିର୍ବାହୀଯନ୍ତ୍ରୀଙ୍କ ସମେତ ଭୁବନେଶ୍ୱର ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଏହି ବିଷୟରେ ଅବଗତ କରାଇଥିଲେ । ହେଲେ ଆଜି ପର୍ଯ୍ୟନ୍ତ ଏଦିଗରେ କୌଣସି ପ୍ରକାର ପଦକ୍ଷେପ ନିଆଯାଇନି ବୋଲି ଉଭୟ ଗ୍ରାମର ଚାଷୀ କେ. ତ୍ରିପତି ରାଓ, ପି. ଅନନ୍ତ କୁମାର, ଲ୪୍ମର ମୂର୍ତି, କେ. ଗୋବିନ୍ଦା ପି. ସାନୁଡ଼ୁ ଏବଂ ବି ଅନନ୍ଦ ପ୍ରମୁଖ ଏନେଇ ଅଭିଯୋଗ କରିଛନ୍ତି । ଏସଂପର୍କରେ ବିଭାଗୀୟ ନିର୍ବାହୀଯନ୍ତ୍ରୀ ଇଂ. ଭାସ୍କର ବେହେରା କହିଛନ୍ତି ଯେ ଏସଂପର୍କରେ ଚାଷୀଙ୍କ ଅଭିଯୋଗକୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି । ଆସନ୍ତା ୩ରୁ ୪ ଦିନ ମଧ୍ୟରେ ଏହା ହୋଇଯିବ ବୋଲି କହିଛନ୍ତି ।