ପ୍ରଶିକ୍ଷଣ ପ୍ରତିଯୋଗିତାରେ ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟ ଏନସିସି: କେଡେଟ ମାନଂକ କୃତିତ୍ୱ

0
46

ଗଜପତି (ଓବି ନ୍ୟୁଜ୍) (ଗଣେଶ କୁମାର ରାଜୁ) ; ବ୍ରହ୍ମପୁର ନିକଟସ୍ଥ ଏସଏମଆଇଟି ଚଣ୍ଡୀପଦର ଠାରେ ଗତ ୮ତାରିଖ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୦ ଦିନ ଧରି ଅନୁଷ୍ଠିତ ନେଭଲ ଏନସିସି ର ବାର୍ଷିକ ପ୍ରଶିକ୍ଷଣ ଶିବିରରେ ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ-ବିଦ୍ୟାଳୟର ଏନସିସି କେଡ଼େଟ ମାନେ ଅଂଶଗ୍ରହଣ କରି ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଜଣାପଡିଛି । ପ୍ରଶିକ୍ଷଣ ଶିବିରରେ ବିଭିନ୍ନ ଅଞ୍ଚଳରୁ ଆସି ଅଂଶଗ୍ରହଣ କରିଥିବା କେଡ଼େଟ ମାନଂକ ମଧ୍ୟରେ ମୁଖ୍ୟତଃ ନୌ ଚାଳନା , ସଡ଼କ ସୁରକ୍ଷା , ଅଗ୍ନିଶମ ପ୍ରଶିକ୍ଷଣ , ସାଙ୍କେତିକ , ବାର୍ତ୍ତା ପ୍ରେରଣ , ପରେଡ଼ , ଡ୍ରିଲ , ଦେଶ୍ୱାତ୍ମକବୋଧ , ଚରିତ୍ର ଗଠନ , ଶାରୀରିକ ଶିକ୍ଷା , ସ୍ୱଛ୍ୱ ଭାରତ , ଏବଂ ବନୀକରଣ ପ୍ରଭୃତି ବିବିଧ ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା ବେଳେ ଏ ସମ୍ପର୍କିତ ଉପରେ ପ୍ରତିଯୋଗିତା ସବୁ ଅନୁଷ୍ଠିତ ହୋଇଥିଲା । ଏହି ପ୍ରଶିକ୍ଷଣର ପ୍ରତିଯୋଗିତା ଗୁଡ଼ିକ ମଧ୍ୟରେ ପାରଳାଖେମୁଣ୍ଡି ମହାରାଜାଙ୍କ ଉଚ୍ଚ ବିଦ୍ୟାଳୟର କେଡ଼େଟ ମାନେ ଅଂଶଗ୍ରହଣ କରି ମୁଖ୍ୟତଃ ଟ୍ରୁପ ତଥା ଦଳଗତ ପ୍ୟାରେଡ଼ରେ ପ୍ରଥମ ସ୍ଥାନ ଗ୍ରହଣ କରିଥିବା ବେଳେ ଶ୍ରେଷ୍ଠ କେଡ଼େଟ ଭାବେ ବିଦ୍ୟାଳୟର ଏ ଈଶ୍ବର ରାଓ ଏବଂ ପ୍ରାଚୀର-ପତ୍ର ପ୍ରତିଯୋଗିତାରେ ମାନଏଲ ରଈତ ,ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ଏହି ବାର୍ଷିକ ପ୍ରଶିକ୍ଷଣ ଶିବିରରେ ବିଦ୍ୟାଳୟର ନେଭାଲ ଏଫ ଅଧିକାରୀ ହରିହର ଦାସ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱ।ଧାନ ରେ ୪୪ ଜଣ ନେଭାଲ କେଡ଼େଟ , ଅଂଶଗ୍ରହଣ କରିଥିଲେ । ସେଠାରେ , ଏହି ପ୍ରଶିକ୍ଷଣ ଶିବିରର ସମସ୍ତ କାର୍ଯ୍ୟକ୍ରମକୁ କେମ୍ପ କମାଣ୍ଡେଣ୍ଟ କର୍ଣ୍ଣଲ ଏନ ଆର ଭିଡେ଼ ଏବଂ ସିଆଇ ପି କେ ରାଓ ପେଟିଙ୍ଗ ଅଫିସର ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here