ଚଢେୟା ପଲ୍ଲୀ ଡବଲ ମର୍ଡର ଘଟଣା ରେ ୩ ଗିରଫ, ଟ୍ରକ ଜବତ

0
54

ଭଞ୍ଜନଗର (ଓବି ନ୍ୟୁଜ୍) (ଜୟକୃଷ୍ଣ ପଟ୍ଟନାୟକ) ; ଜଗନ୍ନାଥ ପ୍ରସାଦ ବ୍ଲକ ଚଢେୟା ପଲ୍ଲୀ ଛକରେ ଗତ ୧୨ ତାରିଖରେ ଘଟିଥିବା ଡବଲ ମର୍ଡର ଘଟଣାରେ ଆଜି ପୋଲିସ୍ ୩ ଜଣକୁ ଗିରଫ୍ କରିବା ସହ ଏକ ଟ୍ରକ ଜବତ କରିଥିବା ଜଣାପଡିଛି । ଘଟଣା ପ୍ରକାରେ ଗତ ୧୨ ତାରିଖ ଦିନ ଅଭିଯୁକ୍ତ ଟୁକୁ ପାଢୀ ସମେତ ଆଉ ଦୁଇ ଜଣ କୃଷ୍ଣ ନାଇକ ଓ ରାମ ଗୌଡ଼ କୁ ଟ୍ରକ ଚଢାଇ ଅତି ଜଘନ୍ୟ ଭାବେ ହତ୍ୟା କରିଥିଲା । ଏହି ମାମଲାରେ ଜଗନ୍ନାଥ ପ୍ରସାଦ ପୋଲିସ ଆଜି ମୁଖ୍ୟ ଅଭିଯୁକ୍ତ ଟୁକୁ ପାଢ଼ୀ ସମେତ ଜଗା ପାଣିଗ୍ରାହୀ ଓ ଧନୁ ଦାଶ କୁ ଗିରଫ କରି ଭଞ୍ଜନଗର କୋର୍ଟ ଚାଲାଣ କରିଛି ଏବଂ ହତ୍ୟାକାଣ୍ଡ ରେ ବ୍ୟବହୃତ ଟ୍ରକ ଓଡି୦୭ଏନ ୯୯୭୭ କୁ ଜବତ କରିଛି । ପ୍ରକାଶ ଥାଉ କି, ଟୁକୁ ପାଢ଼ୀ ସେହି ଗ୍ରାମର କାହ୍ନୁ ଗୌଡ଼ କୁ ଦୁଇଟି ଟ୍ରକ ବିକ୍ରି କରଥିଲା କିନ୍ତୁ ଗାଡି ର କାଗଜ ପତ୍ର ନ ଦେବାରୁ ଉଭୟଙ୍କ ମଧ୍ୟରେ ଶତ୍ରୁତା ଆରମ୍ଭ ହୋଇଥିଲା । ପୂର୍ବ ଶତୃତାକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here