ଇକୋସ ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ନିଶୁକ୍ଳ ଚକ୍ଷୁ ଚିକିତ୍ସା ଶିବିର ।

0
26

ଗଞ୍ଜାମ (ଓବି ନ୍ୟୁଜ୍) (ଉମାକାନ୍ତ ବେହେରା) ;ଗଞ୍ଜାମ ଏନ ଏ ସି ଅନ୍ତର୍ଗତ ଦାମୋଦର ପୁର ଗ୍ରାମ ମା ବୁଢ଼ୀ ଠାକୁରାଣୀ ମନ୍ଦିର ଓ ଗଂଜାମ ବ୍ଲକ କାଇଁଚପୁର ଗ୍ରାମ ଠାରେ ଇକୋଷ ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ନିଶୁକ୍ଲ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଉଭୟ ଶିବିରରେ ୪୦ ଜଣ ଚକ୍ଷୁ ରୋଗୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ ୧୦ ଜଣ ଚକ୍ଷୁ ରୋଗୀଙ୍କ ମୋତିଆ ବିନ୍ଦୁ ଅସ୍ତ୍ର ପ୍ରଚାର ନିମନ୍ତେ ଚିକିତ୍ସାଳୟ ନିଆ ଯାଇଥିଲା । ହରିଶ୍ଚନ୍ଦ୍ର ସାହୁ,ସୁଜିତ କୁମାର କିଷାନ,ସୁରେଶ କୁମାର ପାଣିଗ୍ରାହୀ ପ୍ରମୁଖ ଚକ୍ଷୁ ସହାୟକ ଶିବିରରେ ଯୋଗ ଦେଇ ଚକ୍ଷୁ ପରିକ୍ଷା କରିବା ସହ ରୋଗୀମାନଙ୍କୁ ବ୍ରହ୍ମପୁର ବିଜିପୁର ସ୍ଥିତ ଇକୋଷ ଚକ୍ଷୁ ଚିକିତ୍ସାଳୟ କୁ ନେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନେକ ବରିଷ୍ଟ ନାଗରିକ ଉପକୃତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here