ପିଟି ପିଟି ଯୁବକଙ୍କୁ ହତ୍ୟା

0
163

ଖଲିକୋଟ (ଓବି ନ୍ୟୁଜ)(ବିଭୁତି ତ୍ରିପାଠୀ): ଗଞ୍ଜାମ ଜିଲ୍ଲାରେ ପୁଣି ଏକ ହତ୍ୟା । ଖଲିକୋଟ ଥାନା ଅନ୍ତର୍ଗତ କେଶପୁର ନିକଟସ୍ଥ ନାରାୟଣୀ ପେଟ୍ରୋଲ ପମ୍ପଠାରେ ଜଣେ ଯୁବକଙ୍କୁ ପିଟି ପିଟି ଓ ପଥରରେ ଛେଚି ହତ୍ୟା କରାଯାଇଥିବା ଘଟଣା ଚାଂଚଲ୍ୟ ସୃଷ୍ଟି କରିଛି । ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଏପରି ଘଟଣା ଘଟିଥିବାର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ରାମଚନ୍ଦ୍ରପୁର ଗ୍ରାମର ଶଙ୍କର ପାହାନଙ୍କୁ କିଛି ଦୁର୍ବୃତ ସଂଘବଦ୍ଧ ଭାବେ ଠେଙ୍ଗା ଓ ପଥରରେ ଆକ୍ରମଣ କରି ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଗତକାଲି ରାତିରେ ଏହି ଘଟଣା ଘଟିଥିବାବେଳେ ପୁଲିସ ତଦନ୍ତ ଆରମ୍ଭ କରିଥିଲେ ବି ଅପରାଧିକ ସୁରାକ ମିଳିପାରିନାହିଁ ।

LEAVE A REPLY

Please enter your comment!
Please enter your name here