ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ

0
78

ଗଞ୍ଜାମ (ଓବି ନ୍ୟୁଜ)(ଉମାକାନ୍ତ ବେହେରା): ଗଞ୍ଜାମ ବ୍ଲକ୍ ର ହୁମ୍ମା ବିରଭଦ୍ର ନୋଡାଲ ଉଞ୍ଚ ବିଦ୍ୟାଳୟ ରେ ମୋ ଗେହ୍ଲା ଝିଅ ଓ ନିର୍ଭୟା କଢ଼ି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଗୋଷ୍ଠି ଉନ୍ନୟନ ଅଧିକାରୀ ଜ୍ୟୋତି ଶଙ୍କର ରାୟ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ଛାତ୍ରଛାତ୍ରୀ ମାନଙ୍କୁ ଶପଥ ପାଠ କରାଇଥିଲେ। ଏହି ଅବସରରେ ଜନ ସଚେତନତା କରେଇବା ଲାଗି ଏକ ଶୋଭାଯାତ୍ରା ବାହାରିଥିଲା । ପ୍ରଧାନ ଶିକ୍ଷକ ସୁନୀଲ କୁମାର ବେହେରାଙ୍କ ତତ୍ୱବଧାନରେ ଆୟୋଜିତ କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ହୁମ୍ମା ସରପଞ୍ଚ ଶ୍ରୀ ଚନ୍ଦ୍ରମୋହନ ସାହୁ ଯୋଗ ଦେଇଥିଲେ । ସମାଜରେ ପୁଅ ମାନଂକ ଅପେକ୍ଷା ଝିଅ ମାନଂକ ମଧ୍ୟ ଗୁରୁତ୍ୱ ଦେବା ପାଈଁ ମତ ପ୍ରକାଶ ପାଇଥିଲା । ହୁମ୍ମା ସିଆରସିସି ଶ୍ରୀ ଦାମଦୋର ପଣ୍ଡା, ପ୍ରିୟଙ୍କା ମହାପାତ୍ର ଓ ଜୟକୃଷ୍ଣ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ।

ସେହିପରି ଗଞ୍ଜାମ ସହର ସ୍ଥିତ ନୋଡାଲ ବାଳିକା ଉଂଚ୍ ବିଦ୍ୟାଳୟ ରେ ମୋ ଗେହ୍ଲା ଝିଅ ଓ ନିର୍ଭୟା କଢି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା । ଏଥିରେ ପ୍ରଧାନ ଶିକ୍ଷକ ଶ୍ରୀ ରବୀନ୍ଦ୍ର କୁମାର ନେପାକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଂକ ମଧ୍ୟରେ ଶପଥ ପାଠ କରେଇଥିଲେ। ମୋ ଗେଲ୍ହା ଝିଅ ଓ ନିର୍ଭୟା କଢି ସମ୍ପର୍କୀୟ ସଚେତନତା ରାଲି ବାହାରିଥିଲା । ସହକାରୀ ଶିକ୍ଷକ ନିରଞ୍ଜନ ମହାରଣା, ସିଆରସିସି ମହେଶ କୁମାର ବେହେରା, ସୌଭାଗ୍ୟ ଲକ୍ଷ୍ମୀ ପଟନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ କର୍ମଚାରୀପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here