୩ ଦିନିଆ ମଡେଲ କ୍ୟାରିଅର ସେଣ୍ଟର ନିଯୁକ୍ତି ଶିବିର ଅନୁଷ୍ଠିତ

0
40

ଗଜପତି (ଓବି ନ୍ୟୁଜ୍) (ଗଣେଶ କୁମାର ରାଜୁ) ; ଭାରତ ସରକରଙ୍କ ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ଏବଂ ସେଂଚୁରିଅଂନ ବିଶ୍ବବିଦ୍ୟାଳୟର ଯୌଥ ଉଦ୍ୟମରେ ଗତ ୩ ଦିନ ଧରି ଚାଲିଥିବା ମଡେଲ କ୍ୟାରିଅର ସେଣ୍ଟର ର ନିଯୁକ୍ତି ଶିବିର , ପାରଳାଖେମୁଣ୍ଡି ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଗଜପତି ଜିଲ୍ଲାର ଆଖପାଖ ଅଂଚଳର ୧୨୫ ଜଣ ପ୍ରାର୍ଥୀ ଯୋଗ ଦେଇ ସାକ୍ଷାତକାର ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ସ୍ୱତନ୍ତ୍ର ମାଇକ୍ରୋ ଫାଇନାନ୍ସ ରେ ୭ ଜଣ , ସ୍ୱିଗି ରେ ୯ ଜଣ , ଓ ଆଇ:ସି:ଆଇ:ସି: ଆଇ: ବ୍ୟାଙ୍କରେ ୧୪ ଜଣା ପ୍ରାର୍ଥୀ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି ନିଯୁକ୍ତି ମେଳାକୁ ଭାରତ ସରକାରଙ୍କ ନେସନାଲ କ୍ୟାରିଅର ସାରଭିସ୍ ଦ୍ବାରା ଅବସ୍ଥାପିତ ଅଧିକାରୀ ଶୋଭନ ଦାସ ଓ ବିଶ୍ବବିଦ୍ୟାଳୟ ଦ୍ୱାରା ନିଯୁକ୍ତ ହୋଇଥିବା ଅଧିକାରୀ ପ୍ରୋ କାଳି ପ୍ରସନ୍ନ ପଟନାୟକ ପରିଚାଳନା କରିଥିଲେ । ଆଗାମୀ ମାସ ଗୁଡ଼ିକରେ ମଧ୍ୟ ଏହିଭଳି ନିଯୁକ୍ତି ମେଳା , ବିଶ୍ବବିଦ୍ୟାଳୟ ପରିସରରେ ଥିବା ଏମବିଏ ବିଭାଗରେ ଅନୁଷ୍ଠିତ ହେବ । ଏହି ନିଯୁକ୍ତି ମେଳା ଗୁଡ଼ିକ ସମ୍ପୂର୍ଣ ଭାବେ ନିଃଶୁଳ୍କ ଏବଂ ଯେ , କୋଣସି ବ୍ୟକ୍ତି ଏହି ମେଳାରେ ଅଂଶ ଗ୍ରହଣ କରିପାରିବେ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here