ଚାଷୀଙ୍କ ଫସଲ ବୀମା ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମ

0
32

ଗଜପତି (ଓବି ନ୍ୟୁଜ୍) (ଗଣେଶ କୁମାର ରାଜୁ) ; ପାରଳାଖେମୁଣ୍ଡି ସ୍ଥିତ ନିୟନ୍ତ୍ରିତ ବଜାର କମିଟି ର ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ପକ୍ଷରୁ ଫସଲ ବୀମା ସପ୍ତାହ ଉପଲକ୍ଷେ ଚାଷୀଙ୍କ ଫସଲ ବୀମା ସମ୍ପର୍କିତ ଏକ ତାଲିମ କାର୍ଯ୍ୟକ୍ରମ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ସମବାୟ ସଂସ୍ଥାର ସହକାରୀ ରେଜିଷ୍ଟ୍ରାର ଟି:ଭି:ପ୍ରସାଦ ରାଓ , ଅତିଥିଭାବେ ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କ ଫସଲ ବୀମା ଯୋଜନା ଦ୍ବାରା ଚାଷୀ ମାନେ କିଭଳି ଉପକୃତ ହୋଇ ତାର ଲାଭ ଉଠାଇ ପାରିବେ ସେ ସମ୍ପର୍କରେ ବୁଝାଇଥିଲେ । ସେହିଭଳି ଜିଲ୍ଲା ଅଗ୍ରଣୀ-ବ୍ୟାଙ୍କ ପରିଚାଳକ କିଶୋର ଚନ୍ଦ୍ର ନାୟକ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଅଧିକରୁ ଅଧିକ ଚାଷୀ କିଭଳି ଏହି ଫସଲ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ପାରିବେ ଏବଂ ଏ ଦିଗରେ ବ୍ୟାଙ୍କ ଗୁଡ଼ିକର ଭୂମିକା କିଭଳି ରହିବା ଉଚିତ ସେ ସମ୍ପର୍କରେ ବୁଝାଇ ଥିଲେ ଅନ୍ୟପକ୍ଷରେ , ମୁଖ୍ୟତଃ ଆସନ୍ତା ଜୁଲାଇ ୩୧ ତାରିଖ ସୁଦ୍ଧା ଜିଲ୍ଲାର ସମସ୍ତ ଚାଷୀଙ୍କୁ ଫସଲ ବୀମାଭୁକ୍ତ କରିବା ଦିଗରେ ସମସ୍ତେ ସମନ୍ବୟ ରକ୍ଷା କରି ଏବଂ ଅଧିକ ଯତ୍ନବାନ ହୋଇ କାର‌୍ୟ୍ୟ କରିବା ଆବଶ୍ୟକ ବୋଲି ଗୁରୁତ୍ଵାରୋପ୍ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଓରିଏଣ୍ଟାଲ ଇନସୁରାନସ ର ମାନସ ରଂଜନ ମଲ୍ଲିକ ଯୋଗ ଦେଇ ସମସ୍ତ ବ୍ୟାଙ୍କ ପରିଚାଳକ ଓ ବ୍ୟାଙ୍କ ଅଧିକାରୀ ମାନଙ୍କୁ ଫସଲ ବୀମା ର ଅନ-ଲାଇନ ପଞ୍ଜୀକରଣ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here