ହିଞ୍ଜିଳିକାଟୁ (ଓବି ନ୍ୟୁଜ୍)(ପବିତ୍ର କୁମାର ପାତ୍ର) ; ଶୁକ୍ରବାର ହିଞ୍ଜିଳିକାଟୁ ନଗର ବିଜେପି ତରଫରୁ ସଦସ୍ୟତା ଅଭିଯାନର ଶୁଭାରମ୍ଭ କରାଯାଇଛି। ନଗର ବିଜେପି ସଭାପତି ମାଧବ ଗୌଡ଼ ଏବଂ ଉପ-ସଭାପତି ତଥା ସଦସ୍ୟତା ଅଭିଯାନ ସଂଯୋଜକ ଆକାଶ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ସଦସ୍ୟତା ଅଭିଯାନର ଶୁଭାରମ୍ଭ କରାଯାଇଥିଲା । ସଦସ୍ୟତା ଅଭିଯାନ କରାଯାଉଥିବା ପ୍ରତି ବୁଥରେ ପାଞ୍ଚଟି ବୃକ୍ଷରୋପଣ କରିବା ସହ ସଫେଇ କାର୍ଯ୍ୟ କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଏହି ମର୍ମରେ ସ୍ଥାନୀୟ ବାରାହୀ ପର୍ବତରେ ବିଜେପି କାର୍ଯ୍ୟ କର୍ତ୍ତା ଓ କର୍ମୀ ମାନେ ବୃକ୍ଷରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ରାଜ୍ୟ ବିଜେପି ଉପ-ସଭାପତି ଦେବାନନ୍ଦ ମହାପାତ୍ର, ପୂର୍ବତନ ନଗର ସଭାପତି ଇ. ରାମ ପ୍ରସାଦ ପାତ୍ର, ଉମା ଶଙ୍କର ପାଢ଼ୀ, ନଗର ସାଧାରଣ ସମ୍ପାଦକ ଭୁବନେଶ୍ୱର ନାହାକ, କୁମୁଦ ରଞ୍ଜନ ପାଢ଼ୀ, ଶିବରାମ ଗୌଡ଼, ସନ୍ତୋଷ ପାଣିଗ୍ରାହୀ, ବିଷ୍ଣୁ ପ୍ରସାଦ ଖାଡଙ୍ଗା, ନଗର ଯୁବମୋର୍ଚ୍ଚା ସଭାପତି ଦୀପକ ପ୍ରଧାନ, ରଶ୍ମିତା ବେହେରା ପ୍ରମୂଖଙ୍କ ସମେତ ନଗର ବିଜେପିର ବହୁ କାର୍ଯ୍ୟ କର୍ତ୍ତା ଉପସ୍ଥିତ ଥିଲେ।