‘ଲକ୍ଷ୍ୟ’ କାର୍ଯ୍ୟକ୍ରମର ପ୍ରସୂତି ଓ ଅସ୍ତ୍ରପ୍ରଚାର କକ୍ଷର ମାନନୀକରଣ ନିମନ୍ତେ ଛତ୍ରପୁର ହସ୍ପିଟାଲକୁ ରାଜ୍ୟ ଟିମ୍ ପରିଦର୍ଶନ

0
38

ଛତ୍ରପୁର, (ଓବି ନ୍ୟୁଜ)(ପ୍ରଶାନ୍ତ କୁମାର ମହାରଣା) : ଜାତୀୟ ସ୍ୱାସ୍ଥ୍ୟ ମିସନ୍ ‘ଲକ୍ଷ୍ୟ’ କାର୍ଯ୍ୟକ୍ରମ ଦ୍ୱାରା ସମସ୍ତ ହସ୍ପିଟାଲ ଗୁଡିକରେ ପ୍ରସୂତି କକ୍ଷ ଏବଂ ଅସ୍ତ୍ରପ୍ରଚାର କକ୍ଷ ଗୁଡିକୁ ମାନନୀକରଣ ନିମନ୍ତେ ପଦକ୍ଷେପ ନେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଯେଉଁ ହସ୍ପିଟାଲ ଉନ୍ନତମାନର ରହିବ । ସେହି ହସ୍ପିଟାଲ ଗୁଡିକୁ ଲକ୍ଷ୍ୟ କାର୍ଯ୍ୟକ୍ରମରେ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା ହୋଇଛି । ଏହି ପରିପ୍ରେକ୍ଷୀରେ ଗୁରୁବାର ରାତିରେ ଏକ ରାଜ୍ୟସ୍ତରୀୟ ଟିମ୍ ଜିଲ୍ଲା ସଦର ମହକୁମା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ପରିଦର୍ଶନ କରିଥିଲେ । ହସ୍ପିଟାଲର ପ୍ରସୂତି କକ୍ଷ ଏବଂ ଅସ୍ତ୍ରପ୍ରଚାର କକ୍ଷବୁଲି ଦେଖିଥିଲେ । ରାଜ୍ୟସ୍ତରୀୟ ଟିମ୍ କ୍ୱାଲିଟ୍ କଣ୍ଟ୍ରୋଲର ପରାମର୍ଶଦାତା ଡାକ୍ତର ବିଜୟ କୁମାର ସ୍ୱାଇଁ ଏବଂ ଗଞ୍ଜାମ ସ୍ୱାସ୍ଥ୍ୟ ବିଭାଗର ଜିଲ୍ଲା ପ୍ରୋଗ୍ରାମ ମ୍ୟାନଜର ଶ୍ୟାମସୁନ୍ଦର ତ୍ରିପାଠୀ, ଡିପିଏମ୍ (ଏନ୍ଏଚ୍ଏମ୍) ଶକ୍ତି ଦିଗାଲ ପ୍ରମୁଖ ଛତ୍ରପୁର ହସ୍ପିଟାଲ ଛତ୍ରପୁର ହସ୍ପିଟାଲର ପ୍ରସୂତି କକ୍ଷ ଓ ଅସ୍ତ୍ରପ୍ରଚାର କକ୍ଷର ସମସ୍ତ ସ୍ଥିତିକୁ ଅନୁଧ୍ୟାନ କରିଥିଲେ । ଛତ୍ରପୁର ହସ୍ପିଟାଲର ମ୍ୟାନଜର ସନ୍ତୋଷ କୁମାର ପଣ୍ଡା କକ୍ଷ ଗୁଡିକରେ କରାଯାଉଥିବା ସମସ୍ତ କାର୍ଯ୍ୟ ଉପରେ ରାଜ୍ୟସ୍ତରୀୟ ଟିମ୍କୁ ଦୃଷ୍ଟି ଆକର୍ଷଣ କରାଇଥିଲେ ।

LEAVE A REPLY

Please enter your comment!
Please enter your name here