ସୋସିଆଲ ମିଡିଆରେ ଆସୁଥିବା ଫେକ୍ ପୋଷ୍ଟକୁ ରୋକିବା ଏବଂ ସତ୍ୟତା ଜାଣିବା ନିମନ୍ତେ ସଚେତନତା କର୍ମଶଳା

0
19

ଛତ୍ରପୁର (ଓବି ନ୍ୟୁଜ)(ପ୍ରଶାନ୍ତ କୁମାର ମହାରଣା): ବିଭିନ୍ନ ସୋସିଆଲ ମିଡିଆ ହ୍ୱାଟସପ୍ ଗ୍ରୁପ୍ ଗୁଡିକରେ ଫେକ୍ ପୋଷ୍ଟ ଗୁଡିକୁ ରୋକିବା ଏବଂ ପୋଷ୍ଟ ହୋଇଥିବା ବିଷୟ ଉପରେ କିପରି ତର୍ଜମା କରାଯିବ ଏ ସଂକ୍ରାନ୍ତରେ ଶୁକ୍ରବାର ସ୍ଥାନୀୟ ଏସ୍ପିଙ୍କ ସମ୍ମିଳନୀ କକ୍ଷରେ ପୁଲିସ ଅଧିକାରୀଙ୍କୁ ସଚେତନତା ହେବା ନିମନ୍ତେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦିଲ୍ଲୀର ଡିଇଏଫ୍ ସଂସ୍ଥାର ରବି ଗୁରିଆ ଓ ଆନନ୍ଦ କୁମାର ଦୁଇଜଣ ପ୍ରଶିକ୍ଷିକ ଯୋଗଦେଇ ଛତ୍ରପୁର ଉପଖଣ୍ଡ ପୁଲିସ ଜିଲ୍ଲାର ସମସ୍ତ ପୁଲିସ ଅଧିକାରୀଙ୍କୁ ସୋସିଆଲ ମିଡିଆରେ ଆସୁଥିବା ଫେକ୍ ପୋଷ୍ଟକୁ କିପରି ରୋକିବା ଏବଂ ଏହାର ସତ୍ୟତା ଜାଣିବା ପାଇଁ ଏକ ବୃତ୍ତ ଚିତ୍ର ମାଧ୍ୟମରେ ସଚେତନତା କରିଥିଲେ । ଯେ କୌଣସି ହ୍ୱାଟସପ୍ ଗ୍ରୁପ୍ରେ ଏଭଳି ଫେକ୍ ପୋଷ୍ଟ ଆସୁଛି । ଉକ୍ତ ପୋଷ୍ଟକୁ ନେଇ ନିଜ ନିଜ ଥାନା ଅଧୀନରେ ଅଶାନ୍ତିର ବାତାବରଣ ସୃଷ୍ଟି ହେଉଛି । ପୁଲିସ ଅଧିକାରୀମାନେ ସେଗୁଡିକୁ ପ୍ରଥମେ ଗୁଗୁଲୀରେ ନିରୀକ୍ଷଣ କରିବାକୁ ହେବ । ବାରମ୍ବାର ଏଭଳି ଫେକ୍ ପୋଷ୍ଟ କରୁଥିବା ହ୍ୱାଟସପ୍ ଗ୍ରୁପ୍ର ଆଡମିନ୍ଙ୍କ ଉପରେ ମଧ୍ୟ ତୀକ୍ଷ୍ଣ ଦୃଷ୍ଟି ରଖି ଫେକ୍ ପୋଷ୍ଟ ଉପରେ ରୋକ୍ ଲଗାଯାଇ ପାରିବ ବୋଲି ପ୍ରଶିକ୍ଷକମାନେ ପୁଲିସ ଅଧିକାରୀମାନଙ୍କୁ ସଚେତନତା କରିଥିଲେ । ଏହି କର୍ମଶାଳାରେ ଗଞ୍ଜାମ ଅତିରିକ୍ତ ଆରକ୍ଷୀ ଅଧିକ୍ଷୀକ ପି.ପି.ଚୌଧୂରୀ, ଛତ୍ରପୁର ଏସ୍ଡିପିଓ ଉକ୍ରଳ କେଶରୀ ଦାଶ, ରିଜର୍ଭ ଇନ୍ସପେକ୍ଟର ସୁବଳ କୁମାର ସୁରେନ୍, ସମସ୍ତ ଥାନାର ଅଧିକାରୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here