ନୂତନ ଓ କାର୍ଯ୍ୟକାରୀ ଶେଷ ହୋଇଥିବା ସିଆରସିସିଙ୍କୁ ସମ୍ବର୍ଦ୍ଧନା

0
31

ଛତ୍ରପୁର (ଓବି ନ୍ୟୁଜ)(ପ୍ରଶାନ୍ତ କୁମାର ମହାରଣା) : ଛତ୍ରପୁର ବ୍ଲକ କଣମଣା କ୍ଲଷ୍ଟର କାର୍ଯ୍ୟକାରୀ ଶେଷ ହୋଇଥିବା ସିଆରସିସି ମନୋଜ କୁମାର ତ୍ରିପାଠୀଙ୍କୁ କ୍ଲଷ୍ଟର ତରଫରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ବରିଷ୍ଠ ଶିକ୍ଷୟିତ୍ରୀ ଜ୍ୟୋତି କୁମାରୀ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ପ୍ରତ୍ୟେକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ପ୍ରଧାନଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ସିଆରସିସି ଶ୍ରୀ ତ୍ରିପାଠୀ ତାଙ୍କ ବକ୍ତବ୍ୟରେ ନିଜ ଅନୁଭୂତିକୁ ପ୍ରକାଶ କରିଥିଲେ । ଏହି ଅବସରରେ କ୍ଲଷ୍ଟର ତରଫରୁ ନବ ନିଯୁକ୍ତ ସିଆରସିସି କମଳ ବେହେରାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ କଣମଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଜିତ୍ କୁମାର ସେଠୀ ସଂଯୋଜନା କରିଥିଲେ । ବରିଷ୍ଠ ଶିକ୍ଷକ ତଥା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଜୟକୃଷ୍ଣ ବେହେରା, ମିଳିତ ଶିକ୍ଷକ ସଂଘର କୋଷାଧ୍ୟକ୍ଷ ଜେ.କୁର୍ମା ରାଓ, ସାନ ଆର୍ଯ୍ୟପଲ୍ଲୀ ସହକାରୀ ଶିକ୍ଷକ ଲ ନାରାୟଣ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ବଡ ଆର୍ଯ୍ୟପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ରଜତ ଗୋଚ୍ଛାୟତ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here