ପାତ୍ରପୁର, (ଓବି ନ୍ୟୁଜ)(ବଦ୍ରି ନାରାୟଣ ରଣା): ପାତ୍ରପୁର ବଜାରସାହି ନିକଟରେ ଥିବା କଂସା ପିତଳ ସମିତି ଗୃହରେ କଂସାରୀ ସମାଜର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ସଭାପତି ବାଉରୀବନ୍ଧୁ ସାହୁଙ୍କ ପୌରହିତ୍ୟରେ ଆୟୋଜିତ ଉକ୍ତ ସଭାରେ ଅନୁଷ୍ଠାନର ସଂପାଦକ ଦୁର୍ଯ୍ୟଧନ ସାହୁ, କୋଷାଧ୍ୟକ୍ଷ ଯୁଧିଷ୍ଟିର ସାହୁ ପ୍ରମୁଖ ମଂଚାସୀନ ରହିଥିଲେ । ପୁରୀ ଠାରେ ଆସନ୍ତା ୨୧ ତାରିଖରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ସାଙ୍ଗଠନିକ ବୈଠକରେ ବହୁ ସଂଖ୍ୟାରେ ଯୋଗଦେଇ ସଭାକୁ ସାଫଲ୍ୟ କରିବା ପାଇଁ ସୁପାରିଶକୁ ବୈଠକରେ ମଞ୍ଜୁରି ମିଳିଥିଲା । ସମାଜର ଉନ୍ନତି ଓ ବିଭିନ୍ନ ଦିଗ ଉପରେ ଅଲୋଚନା ହେବା ସହ ବିଭିନ୍ନ ପଦକ୍ଷେପ ମାନ ମଧ୍ୟ ଗ୍ରହଣ କରାଯାଇଥିଲା । ସମାଜର କୌଳୀକ ବୃତ୍ତି ଡ଼ୁବିବାକୁ ବସିଥିବା ବେଳେ ଏବେ କଂସାରୀ ମାନେ ନିଜର ଜୀବିକା ହରାଉଛନ୍ତି । କୁଶଳି କାରୀଗର ଏବେ ଅନ୍ୟ ରାଜ୍ୟରେ ଯାଇ ଦାଦାନ ସାଜିଛନ୍ତି । ତେଣୁ କଂସାରୀ ସମାଜର ଉନ୍ନତି ଓ କୌଳିକ ବୃତ୍ତିକୁ ବଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ଠାରେ ପ୍ରସ୍ତାବ ରଖାଯିବା ପାଇଁ ନିଷ୍ପତି ନିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ରବିନ୍ଦ୍ର ସାହୁ, ଅଜୟ ସାହୁ, ତ୍ରୀନାଥ ସାହୁ, ରବି ସାହୁ, ପ୍ରଭାକର ସାହୁ ପ୍ରମୁଖ ସମାଜର ବହୁ ସଭ୍ୟ ଉପସ୍ଥିତ ଥିଲେ ।