ସାପ କାମୁଡ଼ାରେ ଜଣଙ୍କ ମୃତ୍ୟୁ

    0
    74

    ପାତ୍ରପୁର, (ଓବି ନ୍ୟୁଜ)(ବଦ୍ରି ନାରାୟଣ ରଣା): ପାତ୍ରପୁର ତହସିଲ ଜରଡ଼ା ଗ୍ରାମରେ ସାପ କାମୁଡ଼ାରେ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ତେବେ ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଉକ୍ତ ଗ୍ରାମରେ କାର୍ଯ୍ୟରତ ସମବାୟ ସମିତିର ପିଅନ ମୁନି ଗୌଡ଼ (୩୩) ବୋଲି ଜଣାପଡ଼ିଛି । ସେ ଜରଡ଼ା ଶାଖାରେ କାର୍ଯ୍ୟରତ ଥଲେ ଓ ଆଜି ପ୍ରାୟ ୧୦ ଟା ସମୟରେ ସମବାୟ ସମିତି ଅଫିସ ଖୋଲିବା କାର୍ଯ୍ୟାଳୟ ଖୋଲିବା ସମୟରେ ଉକ୍ତ ଗୃହ ମଧ୍ୟରେ ଥିବା ଏକ ବିଷାକ୍ତ ଧର ସାପ ତାଙ୍କୁ କାମୁଡ଼ି ଦେଇଥିଲା । ଯଦ୍ୱାରା ସେ ଘଟଣାସ୍ଥଳରେ ହିଁ ଗୁରୁତର ହୋଇପଡ଼ିଥିଲେ । ତାଙ୍କୁ ପ୍ରଥମେ ଜରଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ସଂକଟାପଣ୍ଣ ହେବାରୁ ବ୍ରହ୍ମପୁର ବଡ଼ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ବ୍ରହ୍ମପୁରରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ଶବ ବ୍ୟବଛେଦ କରାଯାଇ ପରିବାର ବର୍ଗଙ୍କୁ ଶବ ହସ୍ତାନ୍ତର କରାଯାଇଥିôବା ଜଣାପଡ଼ିଛି ।

    LEAVE A REPLY

    Please enter your comment!
    Please enter your name here