ଦିଗପହଣ୍ଡି(ଓବି ନ୍ୟୁଜ)(ଶିବ ପ୍ରସାଦ ରଥ): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସହର ଘଇଉ ମାନ୍ୟତା ପାଇଥିଲେ ସୁଦ୍ଧା ଏହି ଏନଏସିର ୧୦ନଂ ୱାର୍ଡ ଗଣେଶ ନଗର ବାସିନ୍ଦା ସାଧାରଣ ମୌଳିକ ସୁବିଧା ପାଇବାରୁ ବଞ୍ଚିତ।ଏଠାରେ ପ୍ରାୟ ୨୦ଟି ପରିବାର ବସବାସ କରୁଛନ୍ତି କିନ୍ତୁ ଏହି ସାହି କି ନା ରାସ୍ତା ଅଛି ନା ପିଇବା ପାଣି, ବିଜୁଳି ଯାଇଛି କିନ୍ତୁ ରାତିରେ କିଟିମିଟି ଅନ୍ଧାର।ଏ ନେଇ ବହୁବାର ଏନଏସି କର୍ତ୍ତୃପକ୍ଷଙ୍କ ପାଖରେ ଗୁହାରୀ କରିଥିଲେ ମଧ୍ୟ କୌଣସି ସୁଫଳ ପାଇନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ସାହି ବାସିନ୍ଦା।ଯଦି ଏହି ସାହି ବାସିନ୍ଦାଙ୍କ ଦୁଃଖ ଗୁହାରୀ ପ୍ରଶାସନ ନ ଶୁଣନ୍ତି ତେବେ ଆଗାମୀ ଦିନରେ ରାଜରାସ୍ତାକୁ ଆସିବା ପାଇଁ ବାଧ୍ୟ ହେବେ ବୋଲି ସାହି ବାସିନ୍ଦା କ୍ଷୋଭ ପ୍ରକାଶ କରିଛନ୍ତି। ଏଠାରେ ଗୋଟିଏ ବିଦ୍ୟାଳୟ ମଧ୍ୟ ରହିଛି, ବର୍ଷା ଦିନ ଆସିଯାଇଛି ତେଣୁ ବିଦ୍ୟାର୍ଥୀ ଓ ସାଧାରଣ ଲୋକେ ପାଣି କାଦୁଅରେ ବଡ଼ କଷ୍ଟରେ ଯାତାୟତ କରୁଛନ୍ତି।