ସମଭାଗ ସ୍ତରୀୟ ସମ୍ପାଦକ ଓ ପ୍ରଧାନ ଆଚାର୍ଯ୍ୟ ସମ୍ମିଳନୀ , ଉପକ୍ରମଣଶୀଳ ବିଦ୍ୟାଳୟ ଗଠନ ଲକ୍ଷ ହେଉ

0
216

ଖଲ୍ଲିକୋଟ (ଓବି ନ୍ୟୁଜ୍) ; ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଗଂଜାମ ଗଜପତି ଓ ଫୁଲବାଣୀ ଜିଲ୍ଲାର ୭୩ ଗୋଟି ଶିଶୁ ବିଦ୍ୟା ମନ୍ଦିର ର ୧୪୮ ଜଣ ସମ୍ପାଦକ , ପ୍ରଧାନ ଆଚାର୍ଯ୍ୟ ମାନଙ୍କୁ ନେଇ ଏକ ସମଭାଗ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ସମ୍ମିଳନୀ ରେ ବିଦ୍ୟା ଭାରତୀ ସହ – ସଂଗଠନ ମନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ମହାନ୍ତ , ଅଧକ୍ଷ ଶିକ୍ଷା ବିକାଶ ସମିତି ଓଡିଶା, ଡ଼. ବିନାୟକ ଦାସ, ସମ୍ପାଦକ ଡ଼. ଲକ୍ଷ୍ମୀକାନ୍ତ ମହାରଣା, ସମଭାଗ ସଂଯୋଜକ ଦକ୍ଷିଣ ପୂର୍ବ ସମଭାଗ ପ୍ରକାଶ ଚନ୍ଦ୍ର ତ୍ରିପାଠୀ , ପ୍ରମୁଖ ମୁଖ୍ୟ ଅତିଥି , ମୁଖ୍ୟ ବକ୍ତା ଓ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉପକ୍ରମଣଶୀଳ ବିଦ୍ୟାଳୟ ଗଠନ ର ଲକ୍ଷ ସହ ଶକ୍ତି ସଂରକ୍ଷଣ , ଜଳ ସଂରକ୍ଷଣ , ପର୍ଯ୍ୟବରଣ ସଂରକ୍ଷଣ , ସଚେତନତା ଓ ସ୍ୱଚ୍ଛତା ପ୍ରତି ନିଷ୍ଠାବାନ ହୋଇ କର୍ତ୍ତବ୍ୟନିଷ୍ଠା ହେବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଚକ୍ରପାଣି ସାହୁ , ବ୍ୟବସ୍ଥା ପ୍ରମୁଖ ପ୍ରଦୀପ କୁମାର ପଟ୍ଟନାୟକ ପରିଚାଳନା ସମିତି ର ସମସ୍ତ ସଭ୍ୟ , ଆଚାର୍ଯ୍ୟ, ଆଚାର୍ଯ୍ୟା ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here