ପୁରାତନ ଓ ନୂତନ ସି ଆର୍ ସି ଙ୍କୁ ସମ୍ବର୍ଦ୍ଧନା

0
34

ବେଗୁନିଆପଡ଼ା (ଓବି ନ୍ୟୁଜ୍)(ଗାୟତ୍ରୀ ଦେବୀ) ; ଏହି ବ୍ଲକ ଅନ୍ତର୍ଗତ ଷଣ୍ଡମୂଳ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ନୂତନ ସି ଆର୍ ସି ଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଦିଆଯିବା ସହ ପୁରାତନ ସି ଆର୍ ସି ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ୫ ବର୍ଷ କାର୍ଯ୍ୟ କରି ବିଦାୟ ନେଇଥିବା ସି ଆର୍ ସି ବଦ୍ରି ପ୍ରସାଦ ନନ୍ଦଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ନୂତନ ଭାବେ ନିୟୋଜିତ ସି ଆର୍ ସି ରବିନ୍ଦ୍ର ମହାରଣା ଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଙ୍ଗାର ଗାଁ କ୍ଳଷ୍ଟର ସି ଆର୍ ସି ପ୍ରକାଶ ଚନ୍ଦ୍ର ଭୂୟାଁ ଙ୍କ ସମେତ ଷଣ୍ଡମୂଳ କ୍ଳଷ୍ଟରର ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here