ବେଗୁନିଆପଡ଼ା (ଓବି ନ୍ୟୁଜ୍)(ଗାୟତ୍ରୀ ଦେବୀ) ; କୋଦଳା ଏନ.ଏସିର ବାଇଗଣିଆ ସାହି ଅଙ୍ଗନବାଡି କେନ୍ଦ୍ରରେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଡେଙ୍ଗୁ ରୋଗର ନିୟନ୍ତ୍ରଣ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ୱାସ୍ଥ୍ୟ କେନ୍ଦ୍ରର ପି. ଏଚ୍ ଇ ଓ କବି ଦାଶ, ମହିଳା ସ୍ୱାସ୍ଥ୍ୟ କର୍ମୀ ସୌଦାମିନୀ ଦେବୀ, ପ୍ରମିଳା ପାତ୍ରଙ୍କ ସମେତ କୋଦଳା ଏନ.ଏସିର ୮ ଜଣ ଅଙ୍ଗନବାଡି କର୍ମୀ ଏବଂ ସହାୟିକାଙ୍କ ସମେତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ଉପସ୍ଥିତ ଥିଲେ । ଡେଙ୍ଗୁ, ମ୍ୟାଲେରିଆ, ଡାଇରିଆ ଭଳି ମାରାତ୍ମକ ରୋଗ ପ୍ରତି କିପରି ସତର୍କ ରହିବେ ଏହାରି ବିଷୟରେ ସମସ୍ତେ ବୁଝାଇଥିଲେ ।