କର୍ତ୍ତବ୍ୟରତ ସାମ୍ବାଦିକଙ୍କ ପ୍ରକାଶିତ ଖବର କୂ ନେଇ ଧମକ ଦିଆଯିବା ପ୍ରତିବାଦରେ ଜିଲ୍ଲାପାଳ ଓ ଏସ:ପି:ଙ୍କୁ ସୁରକ୍ଷା ପାଈଁ ଦାବିପତ୍ର

0
199

ଗଜପତି (ଓବି ନ୍ୟୁଜ୍)(ଗଣେଶ କୁମାର ରାଜୁ) ; ପାରଳାଖେମୁଣ୍ଡି ଠାରେ ଧରିତ୍ରୀ'” ଦୈନିକ ଖବର କାଗଜ ‘ର ଜିଲ୍ଲା-ପ୍ରତିନିଧିଙ୍କୁ , ଗତକାଲି ପ୍ରକାଶିତ ଏକ ଖବରକୁ ନେଇ , ମାରିଦେବା ଧମକ ଦିଆଯିବ ପ୍ରତିବାଦରେ ଆଜି, ପାରଳାଖେମୁଣ୍ଡି ଠାରେ ସମସ୍ତ ସାମ୍ବାଦିକ ଏକତ୍ରିତ ହୋଇ ଏହାର ଦୃଢ ପ୍ରତିବାଦ ଜଣାଇଛନ୍ତି ।ଏହି ଅବସରରେ , ସମସ୍ତ ସାମ୍ବାଦିକ ମାନେ ସ୍ଥାନୀୟ ବିଶ୍ୱନାଥ ଫଙ୍କସାନ ହଲ ଠାରେ ଏକତ୍ରିତ ହୋଇ ଆଲୋଚନା କରିବା ସହ ଘଟଣାର ଦୃଢ ନିନ୍ଦା କରି ଘଟଣା ବିରୁଦ୍ଧରେ ସମ୍ପୃକ୍ତ ବ୍ୟକ୍ତି ମାନଙ୍କୁ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ । ଏହାପରେ ସାମ୍ବାଦିକ ମାନେ , ଧମକ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ମାନ ଦେଇ ମୋଟର ସାଇକଲ ଯୋଗେ ଏକ ବିରାଟ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ । ସେଠାରେ ଜିଲ୍ଲାପାଳ ଅନୁପମ ଶାହାଙ୍କୁ ଭେଟି ଧମକ ଦେଇଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇ ଦାବିପତ୍ର ଦେଇଥିଲେ । ତାପରେ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ଏସପି ଙ୍କ କାର୍ଯ୍ୟାଳୟ ଓ ପାରଳାଖେମୁଣ୍ଡି ଆଦର୍ଶ-ଟାଉନ ଥାନାରେ ଏସପି ସାରାଁ ଶର୍ମାଙ୍କୁ ଭେଟି , ସାମ୍ବାଦିକଙ୍କୁ ଧମକ ଦେଇଥିବା ସମ୍ପୃକ୍ତ ବ୍ୟକ୍ତି ମାନଂକ ବିରୁଦ୍ଧରେ ଆଇନଗତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଏସପି ଙ୍କ ଠାରେ ଏସଡ଼ିପିଓଠାକୁର ପ୍ରସାଦ ପାତ୍ର ଏବଂ ଡ଼ିଏସପି ସୁବାଷ ଚନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶ ଯେ , ଗତକାଲି ଦୈନିକ “ଧରିତ୍ରୀ” ଖବର କାଗଜରେ ଗଜପତି ଜିଲ୍ଲା କାଶୀନଗର ବ୍ଲକ ଶିଆଳି ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୦୦ ଶଯ୍ୟା ବିଶିଷ୍ଠ ଛାତ୍ରୀ-ନିବାସର ବାରଣ୍ଡା ରେ ଅନେକ ଗୁଡିଏ ଚାଉଳ ବସ୍ତା ସବୁ ଏପଟ ସେପଟ ହୋଇ ଦୀର୍ଘ ସମୟ ଧରି ପଡ଼ି ରହିଥିଲା । ଏହାକୁ ଦେଖି ସେପଟରୁ ଗାଡି ଯୋଗେ ଆସୁଥିବା ପାରଳାଖେମୁଣ୍ଡି ରେ ରହୁଥିବା ଧରିତ୍ରୀ ର ଜିଲ୍ଲା ପ୍ରତିନିଧି ରଶ୍ମି ରଂଜନ ମିଶ୍ର , ସେଠାରେ ଥିବା ଜଣକୁ ପଚାରି ଥିଲେ ଯେ , ବର୍ଷା ସମୟରେ ବାରଣ୍ଡାରେ କାହିଁକି ଏତେ ସବୁ ଚାଉଳ ବସ୍ତା ପଡ଼ିରହିଛି । ଏଥିପ୍ରତି କାହାକୁ ପଚାରିଲେ ମଧ୍ୟ କୋଣସି ଉତ୍ତର ମିଳି ନ ଥିଲା । ଗତକାଲି ଧରିତ୍ରୀ ରେ ଏ ସମ୍ପର୍କରେ “”ଛାତ୍ରୀ ନିବାସ କର୍ତ୍ତୃପକ୍ଷଙ୍କ ଦାୟିତ୍ଵହୀନତା ଯୋଗୁଁ–ବାରଣ୍ଡାରେ ପଡ଼ିରହିଛି ଚାଉଳ ବସ୍ତା” ବୋଲି ଏକ ଖବର ବାହାରିଥିଲା ।ହେଲେ ଏସମ୍ପର୍କରେ ଗତକାଲି ସକାଳେ ମୋବାଇଲ ଫୋନ କଲରେ ସମ୍ପୃକ୍ତ ଧରିତ୍ରୀ ପ୍ରତିନିଧିଙ୍କୁ , ଖବର କାହିଁକି ବାହାରିଲା ବୋଲି ଧମକ ଦିଆଯିବ ସହ ମଧ୍ୟାହ୍ନ ସମୟରେ ମଧ୍ୟ ଏକ ଫୋନ କଲରେ କଲେଜ ଛାକ୍କୁ ଡକାଇ ସେଠାରେ ଦୁଇ ଜଣା ବ୍ୟକ୍ତ ସିଧାସଳଖ ଭାବେ ପ୍ରକାଶିତ ଖବର ଉପରେ ଧମକ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here