ପିଲାଟିଏ ଗଛଟିଏ କାର୍ଯ୍ୟକ୍ରମ

0
31

ବେଗୁନିଆପଡା (ଓବି ନ୍ୟୁଜ୍)(ଗାୟତ୍ରୀ ଦେବୀ) ; ଏହି ବ୍ଲକ ଅନ୍ତର୍ଗତ ସାଙ୍କୁଡ଼ା ଧବଳେଶ୍ୱର ବିଦ୍ୟାପୀଠ ପରିସରରେ ଜାତୀୟ ସବୁଜ ବାହିନୀ (ଇକୋ କ୍ଲବ) ଆନୁକୂଲ୍ୟରେ ପିଲାଟିଏ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ଗ୍ରାମ ପରିକ୍ରମା କରାଯାଇ ପରିବେଶ ସୁରକ୍ଷା ବାର୍ତ୍ତା ଦିଆଯାଇ ଗ୍ରାମ ସଫେଇ କରାଯାଇଥିଲା । ଏହା ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଦେବରାଜ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ପଥପ୍ରାନ୍ତ ସଭା କରାଯାଇ ପରିବେଶ ସଚେତନତା, ପରିମଳ ଓ ପାଇଖାନା ନିର୍ମାଣ ପାଇଁ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ । ଜିଲ୍ଲା ପରିଷଦ ସଦସ୍ୟ ପ୍ରଫୁଲ୍ଲ ଚନ୍ଦ୍ର ତିଆଡ଼ି, ସରପଞ୍ଚ ସନ୍ତୋଷ କୁମାର ସାହୁ, ଇକୋ କ୍ଲବ ସଂଯୋଜକ ଶ୍ରୀ ନୀଳକଣ୍ଠ ଦାସ ଯୋଗ ଦେଇଥିଲେ । ଶେଷରେ ଅତିଥିମାନଙ୍କ ଦ୍ୱାରା ଛାତ୍ରଛାତ୍ରୀଙ୍କୁ ଚାରା ବଣ୍ଟନ କରାଯିବା ସହ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, କର୍ମଚାରୀ ଉପସ୍ଥିତ ରହି ପିଲାମାନଙ୍କୁ ଊତ୍ସହିତ କରିଥିବା ବେଳେ ଶିକ୍ଷକ ଶ୍ରୀ ଅନିଲ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here