ଜଙ୍ଗଲ ମଧ୍ୟରୁ ପ୍ରେମୀ ଯୁଗଳଙ୍କ ମୃତ ଦେହ ଉଦ୍ଧାର ; ହତ୍ୟା ନା ଆତ୍ମହତ୍ୟା ସନ୍ଦେହ ଘେରରେ

0
682

ଦିଗପହଣ୍ଡି (ଓବି ନ୍ୟୁଜ୍)(ଶିବ ପ୍ରସାଦ ରଥ) ; ପ୍ରେମୀଯୁଗଳଙ୍କ ସନ୍ଦେହଜନକ ମୃତ ଦେହ ପଡିଥିବା ନେଇ ଅଂଚଳରେ ଏବେ ଚାଂଚଲ୍ୟ ଖେଳେଇଦେଇଛି । ଗ୍ରାମର କାଶୀ ବିଶ୍ୱନାଥ ମନ୍ଦିର ପଛପଟେ ଥିବା ଏକ ଜଙ୍ଗଲରେ ମୃତ ଦେହକୁ ପୋଲିସ୍ ଜବତ କରିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଦିଗପହଣ୍ଡି ଥାନା ଅଂଚଳରେ । ସୂଚନାଯୋଗ୍ୟ ଯେ, ଦିଗପହଣ୍ଡି ଥାନା ଅନ୍ତର୍ଗତ ବି.ତୁରୁଗୁଡି ପଂଚାୟତ ଅନ୍ତର୍ଗତ ଝରିପଦର ଗ୍ରାମର ଦିବାନା ରେଡ୍ଡି (୨୮) ପଦ୍ମନାଭପୁର ପଂଚାୟତ ଅନ୍ତର୍ଗତ ଚୈ÷ତନ୍ୟପୁର ଗ୍ରାମର ଆର୍ ଲକ୍ଷ୍ମୀ ରେଡ୍ଡି (୨୨) ଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଇତି ମଧ୍ୟରେ ଦୁହିଁଙ୍କୁ ପରିବାର ବର୍ଗ ଏମାନଙ୍କ ପ୍ରେମ ସମ୍ପର୍କ ଜାଣିପାରି ବିବାହ ପାଇଁ ନିର୍ବନ୍ଧ ମଧ୍ୟ ସରିଯାଇଥିଲା । କିନ୍ତୁ ଆଜି ଦୁହିଁଙ୍କ ମୃତ ଦେହ ପଡିଥିବା ଦେଖି ପରିବାର ବର୍ଗ ଆଶ୍ଚର୍ଯ୍ୟ ହେବା ସହ ଘଟଣାଟି କିପରି ହେଲା ତାହା ସନ୍ଦେହ ଘେରରେ ରହିଛନ୍ତି ପରିବାର ବର୍ଗ । ବିଶେଷ ସୁତ୍ରରୁ ପ୍ରକାଶ ଯେ,ଆଜି ଦିନ ପ୍ରାୟ ୧୨ ସମୟରେ ଲକ୍ଷ୍ମୀ ଘରୁ କୌଣସି କାର୍ଯ୍ୟ ନେଇ ବାହାରକୁ ଯାଇଥିଲେ । ସନ୍ଧ୍ୟା ହୋଇଯାଇଥିଲେ ମଧ୍ୟ ଘରକୁ ନ ଫେରିବାରୁ ପରିବାର ଲୋକଙ୍କ ମନରେ ସନ୍ଦେହ ଯାତ ହେବା ସହ ବିଭିନ୍ନ ଯାଗାରେ ଖୋଜାଖୋଜି କରିଥିଲେ । ପରେ ଗ୍ରାମର କାଶୀ ବିଶ୍ୱନାଥ ମନ୍ଦିର ସମ୍ମୁଖରେ ପ୍ରେମୀ ଯୁଗଳଙ୍କ ଚପଲ ରହିଥିବା ଦେଖି ମନ୍ଦିର ନିକଟରେ ବହୁ ଖୋଜାଖୋଜି ପରେ ମନ୍ଦିର ରୁ ୧୦୦ ମିଟର ଦୂରରେ ଥିବା ଏକ ଜଙ୍ଗଲରେ ଦୁହିଁଙ୍କର ମୃତ ଦେହ ପଡିଥିବା ଦେଖି ସଙ୍ଗେ ସଙ୍ଗେ ଥାନାକୁ ଖବର ଦେଇଥିଲେ । ଘଟଣ।।ର ଖବର ପାଇ ଦିଗପହଣ୍ଡି ପୋଲିସ୍ ଘଟଣାସ୍ଥଳରେ ପହଂଚି ଦୁହିଁଙ୍କ ମୃତ ଦେହକୁ ଜବତ କରିଥିଲେ । ଏନେଇ ଥାନାରେ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡିଛି । ଏଠି ପ୍ରଶ୍ନ ଉଠୁଛି ଯେ,ପ୍ରେମୀ ଯୁଗଳଙ୍କ ମୃତ୍ୟୁ କିପରି ହେଲା ଏହା ଆତ୍ମହତ୍ୟା ନା ହତ୍ୟା ଏବେ ବି ସନ୍ଦେହ ଘେରରେ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟତା ପଦାକୁ ଆସିବ ବୋଲି ଥାନାଅଧିକାରୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here