ଆଦର୍ଶ ବିଦ୍ୟାଳୟର ଆହତ ଛାତ୍ରଙ୍କୁ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ

0
189

ହିଂଜିଳିକାଟୁ (ଓବି ନ୍ୟୁଜ୍)(ପବିତ୍ର କୁମାର ପାତ୍ର) ;ହିଂଜିଳିକାଟୁ ବ୍ଳକ ଶାସନ ଆମ୍ବଗାଁ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୧୦ମ ଶ୍ରେଣୀ ଛାତ୍ର ଡ଼ି. ମହେଶ କୁମାର ଦୋରା ସ୍କୁଲ ଛୁଟି ହେବା ପରେ ସାଇକେଲ ଯୋଗେ ଘରକୁ ଫେରୁଥିବା ବେଳେ ବିପରୀତ ଦିଗରୁ ଏକ ମୋଟର ସାଇକେଲ ଧକ୍କା ଦେବାରୁ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ଛାତ୍ରଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ମେଡ଼ିକାଲରେ ଭର୍ତି କରାଯାଇଥିଲା। ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ, ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଘଟଣା ସମ୍ପର୍କ ରେ ଜଣାଇଥିଲେ । ଗଂଜାମ ଜିଲ୍ଲା ଶିକ୍ଷାଧିକାରୀ ନିର୍ଦ୍ଦେଶ କ୍ରମେ ବିଦ୍ୟାଳୟର ଅଧ୍ୟକ୍ଷ ଆହତ ଛାତ୍ରଙ୍କ ବାସଭବନକୁ ଯାଇ ପରିବାର ବର୍ଗଙ୍କୁ ଗୁରୁଛାତ୍ର କଲ୍ୟାଣ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିବା ସହ ସ୍ବାସ୍ଥ୍ୟ ଅବସ୍ଥା ବୁଝିଆସିଥିଲେ।

LEAVE A REPLY

Please enter your comment!
Please enter your name here