ଓବି ନ୍ୟୁଜ ପରିବାର ପକ୍ଷରୁ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର: ଓବି ନ୍ୟୁଜର ଆପ୍ ଉନ୍ମୋଚନ

2
252

ବ୍ରହ୍ମପୁର (ଓବି ନ୍ୟୁଜ): ସମାଜରେ ସାମ୍ବାଦିକଙ୍କ ଭୂମିକା ଶୀର୍ଷକ ଏକ ଆଲୋଚନା ଚକ୍ର ବ୍ରହ୍ମପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ରାଜସ୍ୱ ଡ଼ାକବଙ୍ଗଳା ସମ୍ମିଳନୀ କକ୍ଷରେ ଓବି ନ୍ୟୁଜର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ଉଷା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବ୍ରହ୍ମପୁର ଆକାଶବାଣୀର ନିର୍ଦ୍ଦେଶକ ହୃଷୀକେଶ ପାଣିଗ୍ରାହୀ ମୁଖ୍ୟବକ୍ତା ଭାବେ ଏବଂ ସମ୍ମାନନୀୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ବିଧାୟକ ଡ. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବା ଚନ୍ଦ୍ର ମହାରଣା, ଏସଏ୍ଆଇଟି ନିର୍ଦ୍ଦେଶକ ଭଗବାନ ଗନ୍ତାୟତ ପ୍ରମୁଖ ଯୋଗଦାନ କରିଥିଲେ । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ରୂପେ ପରିଗଣିତ ଗଣମାଧ୍ୟମର ସ୍ୱତନ୍ତ୍ରତା ଏବେ ବିପଦରେ । ବିଭିନ୍ନ ସମୟରେ ବିଭିନ୍ନ କାରଣରେ ସେମାନଙ୍କୁ ଦୁର୍ବବ୍ୟବହାର ପ୍ରଦର୍ଶନ ସହ ଆକ୍ରମଣ ହେଉଥିବାର ନଜିରକୁ ନେଇ ତାହାର କାରଣ ଓ ନିରାକରଣ ସଂପର୍କରେ ଅତିଥି ଓ ବରିଷ୍ଠ ସାମ୍ବାଦିକ ମାନେ ନିଜ ନିଜର ମତ ରଖିଥିଲେ । ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଆଇନ ପ୍ରଣୟନର ଆବଶ୍ୟକତା ଉପରେ ସାମ୍ବାଦିକ ମାନେ ଗୁରୁତ୍ୱାରୋପ କରିଥିବା ବେଳେ ସରକାର ଗଠନରେ ସାମ୍ବାଦିକ ମାନଙ୍କ ଭୂମିକା ଅତୀଳନୀୟ ଏଣୁ ସେମାନଙ୍କର ସୁରକ୍ଷା ପ୍ରତି ଯତ୍ନବାନ ହେବା ଜରୁରୀ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଦିନକୁ ଦିନ ସାମ୍ବାଦିକ ପରିବେଷଣ ଓ ସାମ୍ବାଦିକ ସଂଗ୍ରହର ରୂପରେଖ ବଦଳି ଯାଇଥିବା ସଂପର୍କରେ ବରିଷ୍ଠ ସାମ୍ବାଦିକ ଜଗନମୋହନ ମହାପାତ୍ର କହିଥିବା ବେଳେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣା ଗଣତନ୍ତ୍ର ପ୍ରତି ବିପଦ ବୋଲି ଅନ୍ୟତମ ବରିଷ୍ଠ ସାମ୍ବାଦିକ ଶକ୍ତିଧର ରାଜଗୁରୁ ଓ ମନୋଜକାନ୍ତ ଦାଶ ନିଜର ମତ ରଖିଥିଲେ । ଓବି ନ୍ୟୁଜର ନିର୍ଦ୍ଦେଶିକା ଆରତୀ ପଟ୍ଟନାୟକ ସ୍ୱଚ୍ଛ ଓ ନିରପେକ୍ଷ ସମ୍ବାଦ ପରିବେଷଣ ପାଇଁ ଆହ୍ୱାନ ଦେଇଥିବା ବେଳେ ମୁଖ୍ୟ ସମ୍ପାଦକ ଜ୍ୟୋତିରଞ୍ଜନ ଦାସ ସଂପ୍ରତି ପରିସ୍ଥିତିରେ ଭଲ ସମ୍ବାଦଟିଏ ସଂଗ୍ରହ କରିବା ସାମ୍ବାଦିକଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ବୋଲି କହିଥିଲେ । ସୁନନ୍ଦା ସାହୁ ଅତିଥି ମାନଙ୍କୁ ସ୍ୱାଗତ କରିଥିବା ବେଳେ ଚିଫ୍ କୋର୍ଡିନେଟର ସୁଦୀପ କୁମାର ସାହୁ ଓ ଚିଫ୍ କନଭେନର ପ୍ରକାଶ ପଟ୍ଟନାୟକ ସଭା ପରିଚାଳନା କରିଥିଲେ । ଏହି ଅବସରରେ ଓବି ନ୍ୟୁଜର ଆପ୍ କୁ ଅତିଥି ମାନେ ଉନ୍ମୋଚନ କରିଥିବା ବେଳେ ନବ ନିର୍ବାଚିତ ସାଂସଦ ଓ ବିଧାୟକଙ୍କୁ ଓବି ନ୍ୟୁଜ ପରିବାର ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ସୁନୀଲ ସାହୁ, ରବିନ୍ଦ୍ର ବେହେରା, ଟୁଟୁ ବେହେରା, ସନ୍ତୋଷ ସାହୁ, ଅରୁଣ ଶତପଥୀ ପରିଚାଳନା କରିଥିଲେ ।


ଏହି ଅବସରରେ ଓଡ଼ିଶାର ବିଭିନ୍ନ ଅଞ୍ଚଳର ପ୍ରତିନିଧି ପ୍ରଶାନ୍ତ ମହାରଣା, ଟୁଟୁ ମହାପାତ୍ର, ପବିତ୍ର ସାହୁ , ଗାୟତ୍ରୀ ଦେବୀ, ବସନ୍ତ ଡ଼ାକୁଆ, କୃଷ୍ଣଚନ୍ଦ୍ର ସାହୁ, ଶିବପ୍ରସାଦ ରଥ, ଗିରିଜା ପ୍ରସାଦ ରଥ, ବୁଲୁ ଦାସ, ହିମାଂଶୁଶେଖର ପାଢୀ, ବରଦା ପ୍ରସାଦ ନାୟକ, ସୁଧୀର କୁମାର ଗୋପାଳ, ରାଜେନ୍ଦ୍ର ନାରାୟଣ ପଣ୍ଡା, ବିମଳ ଚନ୍ଦ୍ର ଶତପଥୀ, ସୁଶାନ୍ତ ସାହୁ, ମନି ସ୍ମିତାଲ୍, କୃଷ୍ଣଚନ୍ଦ୍ର ସାହୁ, ଗଣେଶ ବିଷୋୟୀ, ବଦ୍ରିନାରାୟଣ ରଣା, ଗଣେଶ ରାଜୁ ପ୍ରମୁଖ ନିଜ ନିଜର ଅଭିଜ୍ଞତା ସଂର୍ପକରେ କହିଥିଲେ ।

2 COMMENTS

  1. Welcome to OB. News.

    This is a noble work for the betterment of the society as well as for democracy.
    Thanks a lot.

LEAVE A REPLY

Please enter your comment!
Please enter your name here