ବିଦ୍ୟୁତ ଆଘାତରେ ୩ ମୃତ ।

0
98

କୁକୁଡାଖଣ୍ଡି (ଓବି ନ୍ୟୁଜ୍) : ସଦର ଥାନା ଅନ୍ତଗତ ଅଳକାପୁରୀ ଓ ଜଗଦଳପୁର ଗ୍ରାମରେ ବିଦ୍ୟୁତ ଆଘାତରେ ୩ ଜଣକଂ ମୃତ୍ୟୁ ହୋଇଥିବା ଜଣାପଡିଛି ।ଜଗଦଳପୁର ଗ୍ରାମର ସନ୍ତୋଷୀ ନଗର ର ରକଂସେଠୀ କଂ ପୁଅ କାଳୀଆ ସେଠୀ (୩୦)ଘରେ ଶୋଇଥିବା ବେଳେ ନିକଟରେ ଲାଗିଥିବା ଷ୍ଟେଣ୍ଡ ଫ୍ୟାନରେ ଅସାବଧାନତାରେ ହାତ ବାଜିଯାଇଥିଲା ଘଟଣାସ୍ଥଳରେ ହିଁ ତାକଂ ମୃତ୍ୟୁ ହୋଇଥିଲା ।ଘଟଣାସ୍ଥଳରେ ନିମଖଣ୍ଡି ଫାଣ୍ଡି ଅଧିକାରୀ ପ୍ରଫୁଲ ଶତପଥୀ ପହଞି ଶବ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ବଡ ଡାକ୍ତରଖାନା ପଠାଇଥିଲେ ।ଏନେଇ ୨୭/୧୯ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ସେହିପରି ଅଳକାପୁରୀ ଠାରେ ଏକ ନବନିମିତ କୋଠା ନିକଟରେ ଥିବା ୧୧କେଭି ଲାଇନ ଲାଗି ଘର ମାଲିକ କଂ ସହ କାଯ୍ୟରତ ମିସ୍ତୀ କଂ ମୃତ୍ୟୁ ହୋଇଥିବା ଜଣାପଡିଛି ।ମୃତକଂ ହେଲେ ଘରମାଲିକ ଶରତଚନ୍ଦ୍ର ବେହେରା,ମୀସ୍ତୀ ଗୋଷାଣୀ ନୂଆଗାଁର ଅରୁଣ ସାବତ।ନବନିମିତ ଘରର ସେଣ୍ଟ୍ରିଂ ବାହାର କରୁଥିବା ସମୟରେ ଘର ନିକଟରେ ଥିବା ୧୧କେଭି ତାରରେ ଘରର ଏକ ଲୁହା ଖାଡି ଲାଗିଯାଇଥିଲା ,ଅଜାଣତରେ କାର୍ଯ୍ୟରତ ମୀସ୍ତୀକଂ ହାତ ଲୁହାଛଡକୁ ଲାଗିଯିବାରୁ ଘରମାଲିକ ତାକୁଂ ବଞାଇବାକୁ ଝିକିବାରୁ ସେ ମଧ୍ୟ ବିଦ୍ୟୁତ ସହ ଲାଗିଯିବାରୁ ଉଭୟକଂ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ଖବରପାଇ ସଦରଥାନା ଅଧିକାରୀ ଭାବାନନ୍ଦପ୍ରଧାନ ପହଞି ଶବ ବ୍ୟବଛେଦ ନିମନ୍ତେ ପଠାଇଥିଲେ।ଏନେଇ ୨୬/୧୯ ରେ ଏକ ମାମାଲା ରୁଜୁ ହୋଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here