ଭଞ୍ଜନଗର (ଓବି ନ୍ୟୁଜ୍) (ଜୟକୃଷ୍ଣ ପଟ୍ଟନାୟକ) ; ଗତ ୧୮ତାରିଖ ରେ ଭଞ୍ଜନଗର ବଡଧୋବା ସାହି ରେ ଏକ ସାମାନ୍ୟ କାରଣ କୁ ନେଇ କନକ ବେହେରା ନିଜ ଯାଆ ଶାନ୍ତି ଲତା ବେହେରା ସହ ଯୁକ୍ତି ତର୍କ ହେବାରୁ ଏଥିରେ ରାଗି ଯାଇ ସୁରେଶ ବେହେରା ନିଜ ଭାଇ ବୋହୁ ଶାନ୍ତିଲତା କୁ ଏକ ଲୁହା ଛଡ଼ ରେ ଆକ୍ରମଣ କଲା ବେଳେ ତାର ସାନ ଝିଆରୀ ଜସ୍ମିନ ବାଧା ଦେବାରୁ ପ୍ରଥମେ ତାକୁ ସେହି ଛଡ଼ ରେ ମାରିବା ପରେ ଘରେ ଥିବା ବଡ଼ ଝିଆରୀ ରଶ୍ମି ରାଣୀ ଓ ଭାଇ ବୋହୁ ଶାନ୍ତି ଲତା କୁ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଥିଲା । ଏସମ୍ପର୍କ ରେ ପୋଲିସ ଖବର ପାଇ ଆହତ ମାନଙ୍କୁ ରକ୍ତ ଯୁଡ଼ୁବୁଡୁ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଭଞ୍ଜନଗର ଓ ପରେ ବ୍ରହ୍ମପୁର ମେଡିକାଲ ପଠେଇଥିଲା । ସେହିଦିନ ଠାରୁ ପୋଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ଆଜି ସୁରେଶ ଓ ତାର ସ୍ତ୍ରୀ କନକ କୁ ଗିରଫ କରି କୋର୍ଟ ଚାଲାଣ କରିଛି