ଋଷିକୂଲ୍ୟା ନଦୀରେ ହଜାର ହଜାର ସଂଖ୍ୟାରେ ବୋଲବମ ଭକ୍ତ ଙ୍କ ଭିଡ଼।

0
95

ଗଞ୍ଜାମ (ଓବି ନ୍ୟୁଜ)(ଉମାକାନ୍ତ ବେହେରା) ; ପବିତ୍ର ମାସ ଶ୍ରାବଣ ରେ ଶୀବଲିଙ୍ଗରେ ଜଳାଭିଷେଖ କଲେ ପୃନ୍ୟପ୍ରାପି ହୁଏ।ଯାହାକୁ ନେଇ ଶ୍ରାବଣ ମାସର ପ୍ରଥମ ସୋମବାରରେ ବିଭିନ୍ନ ଶୈବ ପୀଠ ମାନଙ୍କରେ ଜଳାଭିଶେଖ ନିମନ୍ତେ ଶନିବାର ଗଞ୍ଜାମ ଜିଲ୍ଲାର ପୁଣ୍ୟତୋୟା ଋଷିକୂଲ୍ୟା ନଦୀରୁ ଶ୍ରାବଣୀ ଭାର ଉଠାଇବା ନିମନ୍ତେ ଗଞ୍ଜାମ ଜିଲ୍ଲା ତଥା ଜିଲ୍ଲା ବାବାରୁ
ହଜାର ହଜାର ସଂଖ୍ୟାରେ କାଉଡ଼ିଆ ମାନଙ୍କ ଭିଡ଼ ଜମିଥିବା ଦେଖିବା କି ମିଳିଥିଲା। ଫଳରେ ଗଞ୍ଜାମ ସହରାଞ୍ଚଳ ର ଦାମୋଦରପୁର ଗ୍ରାମ ନିକତସ୍ତ ଋଷିକୂଲ୍ୟା ନଦୀଘାଟ ରେ ପାରମ୍ପାରିକ ରୀତିନୀତି ଅନୁଯାଇ ପୂଜା ଅର୍ଚନା କରିବା ସହ ଜଳଭାର ବାହୁଙ୍ଗି ରେ ଧାରଣ କରି ନିକଟସ୍ତ ବାବା ଅଖଣ୍ଡଳମଣୀ ଙ୍କୁ ଦର୍ଶନ କରି ବିଭିନ୍ନ ଶୈବପୀଠ ମାନଙ୍କୁ କାଉଡ଼ିଆ ମନେ ପ୍ରସ୍ଥାନ କରିଥିଲେ।କାଉଡ଼ିଆ ମନେ ଗେରୁଆ ନୂତନ ବସ୍ତ୍ର ପରିଧ୍ୟାନ ପୂର୍ବକ ବୋଲଭମ ହରହର ବମ, ଜଟିଆ ବାବା ପାର କରେଗା, ଆଦି ମହାଦେବ ଙ୍କ ସମ୍ପର୍କିତ ଭିଭିନ୍ନ ନାର ଦେଇ ଭକ୍ତିଭାବନା ନେଇ ମାନସିକ ଧାରୀ ଶୀବ ଭକ୍ତ ମାନେ ଦଳ ଦଳ ହୋଇ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ
ଶୀବ ଙ୍କ ସଙ୍ଗୀତ ଲଗାଇ ଯାତ୍ରାକରୁଥିବା ଦେଖିବାକୁ ମିଳିଥିଲା। ଯାହାକୁନେଇ ଅଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ସେହିପରି ଗଞ୍ଜାମ ବ୍ଲକ ଅନ୍ତର୍ଗତ କଲ୍ୟାଣପୁର ଗ୍ରାମର ଋଷିକୂଲ୍ୟା ନଦୀଘାଟ ରୁ ଜଳଭାର ନେଇ ମହାଦେବ ରାମେଶ୍ୱର ଓ ମାଳିଜଗନ୍ନାଥ ପୁର ଗ୍ରାମର ବାଲି ଲୋକନାଥ ନଦୀଘାଟରୁ ଜଳଭାର ନେଇ ମହାଦେବ ଙ୍କୁ ଦର୍ଶନ କରିବା ସହ ବିଭିନ୍ନ ଶୈବପୀଠ ଅଭିମୁଖେ ବୋଲବମ ଭକ୍ତ ମାନେ ପ୍ରସ୍ଥାନ କରିଥିଲେ।ଯାହାକୁ ନେଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ କାଉଡ଼ିଆ ମାନଙ୍କ ନିମନ୍ତେ ବ୍ୟାପକ ସୁବ୍ୟବସ୍ଥା କରାଯାଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here