ଶ୍ରାବଣର ପ୍ରଥମ ସୋମବାର: ଶିବାଳୟରେ ବୋଲବମ ଭକ୍ତଙ୍କ ଭିଡ଼

0
46

ବୀରମହାରାଜପୁର(ଓବି ନ୍ୟୁଜ)(ସୂର୍ଯ୍ୟନାରାୟଣ ପଣ୍ଡା): ଶ୍ରାବଣର ପ୍ରଥମ ସୋମବାରରେ ବୀରମହାରାଜପୁର ଉପଖଣ୍ଡ ସମସ୍ତ ଶିବାଳୟରେ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ସ୍ଥାନୀୟ ମହାନଦୀ ଘାଟରୁ ହଜାର ହଜାର ଭକ୍ତ ପାଣି ଉଠାଇ ପ୍ରସିଦ୍ଧ ଶିବାଳୟ ଗଧନେଶ୍ୱରର ବାବା ଗଧନେଶ୍ୱର, ଚମ୍ପାମାଲ ମନ୍ଦିର ବାବା ଚମ୍ପେଶ୍ୱର, ଟିଠିପାଲି, କମଲପୁର, ମେଣ୍ଢମାଲ, ଖାଏରମାଳ, ସୁନାରିବେନି, ସୁବଳୟା ଆଦି ଶିବ ମନ୍ଦିରରେ ପାଣି ଢାଳିଥିଲେ । ଏହାଛଡ଼ା ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ସେହିପରି ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କ ଦ୍ୱାର ଶିବାଳୟମାନଙ୍କରେ କାଉଡ଼ିଆ ଓ ଭକ୍ତମାନଙ୍କ ପାଇଁ ଅନ୍ନପ୍ରସାଦର ବ୍ୟବସ୍ଥା କରିଥିବାର ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here