ପେଟ୍ରୋଲିଂ ବେଳେ କାର୍ ସହ ଗଞ୍ଜେଇ ଜବତ, ୩ ଗିରଫ

0
239

ହିଞ୍ଜିଳିକାଟୁ (ଓବି ନ୍ୟୁଜ)(ପବିତ୍ର ପାତ୍ର): ଗତକାଲି ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ପୁଲିସ ପକ୍ଷରୁ ଖଣ୍ଡରା ଛକ ନିକଟରେ ପେଟ୍ରୋଲିଂ ହେଉଥିବା ସମୟରେ ପୁଲିସ ସନ୍ଦେହରେ ଏକ କାର୍ କୁ ଅଟକାଇଥିଲା । ଥାନା ଅଧିକାରୀ ଅଭିମନ୍ୟୁ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଥାନା ଏସଆଇ ବିଶ୍ୱଜିତ ନାୟକ ପୁଲିସ ଟିମ ଧରି ପେଟ୍ରୋଲିଂର ନେତୃତ୍ୱ ନେଇଥିଲେ । ସେହି ସମୟରେ ଗାଡ଼ିକୁ ଅଟକାଇ ଯାଂଚ ବେଳେ ଗାଡ଼ିରେ ଡ଼ାଲି ଓ ମସଲା ପ୍ୟାକେଟ୍ ଅଛି ବୋଲି ଗାଡ଼ିରେ ବସିଥିବା ତିନିଜଣ ଯୁବକ କହିଥିବା ବେଳେ ପୁଲିସ ଯାଂଚ କରି ଗଞ୍ଜେଇ ଭର୍ତି ଦୁଇଟି ପ୍ୟାକେଟ୍ ଜବତ କରିଥିଲା । ଯାହାର ଓଜନ ଯଥାକ୍ରମେ ୩୬ କିଲୋ ଓ ୯କିଲୋ ରହିଥିଲା । ଏହା ପରେ ଗାଡ଼ିରେ ବସିଥିବା ୩ଜଣ ଯୁବକ ଆଶିଷ କୁମାର, ନାନହକ୍ ରାଏ ଓ ହିମାଂଶୁ ଓରଫ୍ ସୁରୋଜ କୁମାରକୁ ପୁଲିସ ଜେରା କରିବା ପରେ ସେମାନେ ଏହି ଗଞ୍ଜେଇ କନ୍ଧମାଳରୁ ଆଣି ଦିଲ୍ଲୀ ଅଭିମୁଖେ ଯାଉଥିବା ସ୍ୱିକାର କରିଥିଲେ । ଏହା ପରେ ପୁଲିସ ଗଞ୍ଜେଇ ଓ କାର୍ ଜବତ କରିବା ସହ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here