ଶଙ୍ଖ ତାଳୁ ମୃତ ନବଜାତ ଶିଶୁ କନ୍ୟା ଉଦ୍ଧାର

0
78

ବେଗୁନିଆପଡ଼ା (ଓବି ନ୍ୟୁଜ) (ଗାୟତ୍ରୀ ଦେବୀ): ପୁଣି ଶିଶୁ କନ୍ୟା ଅଲୋଡ଼ା । ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନା ଅନ୍ତର୍ଗତ ମଥୁରା ଗାଁ ନିକଟ ଏକ ଶଙ୍ଖ ତଳୁ ଏକ ନବଜାତ ଶିଶୁ କନ୍ୟାର ମୃତ ଦେହ ଉଦ୍ଧାର ହୋଇଛି । ଖଲିକୋଟ-କୋଦଳା ରାସ୍ତାର ମଥୁରା ଭରଷା ଗାଁ ମଝିରେ ବଡ଼ଶଙ୍ଖ ନିକଟରେ ଶିଶୁକନ୍ୟାର ମୃତ ଦେହ ପଡ଼ିଥିବା ନେଇ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଜନ୍ମ ପରେ ଏହି ନବଜାତ ଶିଶୁ କନ୍ୟାକୁ କେହି ଏଠାରେ ଫୋପାଡ଼ି ଦେଇଥିବା ଅନୁମାନ କରାଯାଉଥିବାବେଳେ କେଉଁ ପରିସ୍ଥିତିରେ ଏଠାରେ ଫୋପାଡ଼ିଲେ ଓ କିଏ ତାହା ସ୍ପଷ୍ଟ ହୋଇନାହିଁ । ଗାଁ ଲୋକଙ୍କଠାରୁ ପ୍ରଶାସନ ଖବର ପାଇବା ପରେ ଖଲିକୋଟ ତହସିଲଦାର ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି ।

LEAVE A REPLY

Please enter your comment!
Please enter your name here