ସ୍ୱାସ୍ଥ୍ୟ ବିଭାଗର ତ୍ରୁଟି ବିଜ୍ଞାପନ: ଓଡ଼ିଆ ଲେଖାକୁ ଅପମାନ!

0
83

ଭଞ୍ଜନଗର (ଓବି ନ୍ୟୁଜ) (ଜୟକୃଷ୍ଣ ପଟ୍ଟନାୟକ): ରାଜ୍ୟ ସ୍ୱାସ୍ଥ୍ୟ ଓ କଲ୍ୟାଣ ବିଭାଗର ଦାୟିତ୍ୱହୀନତା ନେଇ ଭଞ୍ଜନଗର ଅଂଚଳରେ ଚର୍ଚ୍ଚା ଚାଲିଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସରକାର ବିଭିନ୍ନ ହୋଡ଼ିଂ ମାଧ୍ୟମରେ ଲୋକଙ୍କୁ ସଚେତନତା କରିବା ପାଇଁ ବିଭିନ୍ନ ସ୍ଥାନରେ ହୋଡ଼ିଂ ଟଙ୍ଗା ଯାଉଛି । ହେଲେ ସେହି ହୋର୍ଡ଼ିଂରେ ବିଶେଷ ତ୍ରୁଟି ପରିଲକ୍ଷିତ ହୋଇଥିବା ଦେଖିବାକୁ ମିଳିଛି । କେତେ ଯେ ସ୍ୱାସ୍ଥ୍ୟ ବିଭାଗର ଖାମଖିଆଲି ତ୍ରୁଟି ଯୋଗୁଁ ଜନସାଧାରଷର ତୀବ୍ର ନିନ୍ଦା କରିବା ସହ ଆଲୋଚନାରେ ବିଷୟ ପାଲଟିଛି । ମ୍ୟାଲେରିଆ ଓ ଡ଼େଙ୍ଗୁ, ଓ ଡ଼ାଇରିଆ ରୋଗ ସଂପର୍କରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଭଞ୍ଜନଗର ସହରର ବିଭିନ୍ନ ଛକରେ ବଡ଼ ବଡ଼ ହୋଡ଼ିଂ ସବୁ ଲଗାଯାଇଛି । ଏହାକୁ ପଢି ସାଧାରଣ ଲୋକେ କି ପ୍ରକାର ସଚେତନ ହେବେ ଦେଖିବାକୁ ବାକି ରହିଲା । ମ୍ୟାଲେରିଆ ବଦଳରେ ମ୍ୟଲେରିଆ, ସେହିପରି ପାଇବା ପାଇଁ ଲେଖାଯିବା ବଦଳରେ ପାବା, ପ୍ରତିକାର ବଦଳରେ ଫ୍ରିତିକାର ଓ ସେହିପରି ବାଉଳି ଚାଉଳ, ହୋପରେ, ମଶାରୀ ଟାଣି ଶୁଣନ୍ତୁ ଭଳି ଅନେକ ଭୁଲ୍ ଦେଖିବାକୁ ମିଳୁଛି । ଓଡ଼ିଆ ଭାଷାକୁ ଏଭଳି ଖାମଖିଆଲି ଭାବେ ଲେଖି ହୋର୍ଡିଂ ମାରିବା ପର୍ଯ୍ୟନ୍ତ କିଭଳି କେହି ଦେଖି ପାରିଲେ ନାହିଁ ନା ଜାଣି ଶୁଣି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହାକୁ ଅଣଦେଖା କରୁଛି ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here