କୋର୍ଟର ୩୧ ତମ ପ୍ରତିଷ୍ଠା ଦିବସ ରେ ଖଲ୍ଲିକୋଟ କୁ ସବ୍ଡିଭିଜନ ପ୍ରତିଷ୍ଠା ଦାବି ରଖିଲା ଓକିଲ ସଂଘ

0
59

ଖଲ୍ଲିକୋଟ (ଓବି ନ୍ୟୁଜ):ଖଲ୍ଲିକୋଟ କୋର୍ଟ ର ୩୧ ତମ ପ୍ରତିଷ୍ଠା ଦିବସ ଅବସରରେ ଖଲ୍ଲିକୋଟ ଠାରେ ସବିଡ଼ିଭିଜନ ପ୍ରତିଷ୍ଠା ପାଇଁ ଆଲୋଚନା ହେବା ସହ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେବା ପାଇଁ ଓକିଲ ସଂଘ ତରଫରୁ ନିଷ୍ପତି ହୋଇଛି । ଖଲ୍ଲିକୋଟ ବାର ଆସୋସିଏସନ ତରଫରୁ ୩୧ତମ ପ୍ରତିଷ୍ଠା ଦିବସ ବାର ର ସଭାପତି ରାଜେନ୍ଦ୍ର ପ୍ରସାଦ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ପ୍ରତିଷ୍ଠା ଦିବସ ସଭାରେ ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ମାନ୍ୟବର ଶ୍ରୀନିବାସ ପ୍ରତିହାରୀ ଓ ମାନ୍ୟବର ସବ ଜର୍ଜ ଅଲେଖ ପ୍ରଧାନ ଓ ମାନ୍ୟବର JMFC ଶାନ୍ତାଶ୍ରୀ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ଓକିଲମାନଙ୍କ ସହଯୋଗ ଓ ଅନୁମତି ସମ୍ପର୍କରେ ଆଲୋକପାତ କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ ଖଲ୍ଲିକୋଟ ଓକିଲ ସଂଘ ର ପୂର୍ବତନ ସଭାପତି ବନବିହାରୀ ଦାସ , ବିପ୍ର ଚରଣ ସାହୁ , ସିମାଞ୍ଚଳ ବେହେରା, ବିନାୟକ ସାହୁ, ପ୍ରଶାନ୍ତ କୁମାର ପଣ୍ଡା, ପ୍ରମୁଖ ଆଇନଜୀବୀ ମାନେ ଖଲ୍ଲିକୋଟ କୋର୍ଟ ର ଦୀର୍ଘ ୩୧ ବର୍ଷ ର କାର୍ଯ୍ୟକାଳ ସର୍ବୋପରି ନୂତନ କୋର୍ଟ କୋଠା ର ନିର୍ମାଣ ଓ ଲଗାତାର ୩ଗୋଟି କୋର୍ଟ ପ୍ରତିଷ୍ଠା ର ଅନୁଭୂତି ସମ୍ପର୍କରେ ଭାଷଣ ଦେଇଥିବାବେଳେ ତୁରନ୍ତ ଖଲ୍ଲିକୋଟ ଠାରେ ଏକ ସବ ଡିଭିଜନ ପ୍ରତିଷ୍ଠା ପାଇଁ ରାଜ୍ୟପାଳଙ୍କୁ ଦିଆଯିବ ବୋଲି ପ୍ରକାଶ କରିଥିଲେ | ଖଲ୍ଲିକୋଟ ଠାରେ ୩ଗୋଟି କୋର୍ଟ ପ୍ରତିଷ୍ଠା କ୍ଷେତ୍ରରେ ଖଲ୍ଲିକୋଟ ରାଣୀ ସାହେବା ସୁଜ୍ଞାନ କୁମାରୀ ଦେଓ ଅକୁଣ୍ଠ ସହଯୋଗ ର ପ୍ରଶଂସା କରିଥିଲେ | ସେହିପରି ADJ ,ASJ,ଓ JMFC ଙ୍କୁ ଏହି ପ୍ରତିଷ୍ଠା ଉତ୍ସବରେ ବରିଷ୍ଠ ଆଇନଜୀବୀ ବନବିହାରୀ ଦାସ , ବିପ୍ରଚରଣ ସାହୁ , ଗଣେଶ ପଲାଇ ଉପଢୌକନ ଦେଇ ସମ୍ମାନିତ କରିଥିଲେ | ବାର ର ସମ୍ପାଦକ ନୀଳାମ୍ବର ଶତପଥି ଙ୍କ ସମେତ ବାର ର ସମସ୍ତ ଓକିଲ ଯୋଗଦେଇ ଅଂଶଗ୍ରହଣ କରିଥିଲେ |

LEAVE A REPLY

Please enter your comment!
Please enter your name here