ହିଞ୍ଜିଳିକାଟୁ (ଓବି ନ୍ୟୁଜ):ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ କଞ୍ଚୁଡୁ ଗ୍ରାମ ପଞ୍ଚାୟତ କାର୍ଯ୍ୟଳୟ ରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ରେ ପଞ୍ଜିକୃତ ହୋଇଥିବା ବ୍ୟକ୍ତି ପ୍ରାକୃତିକ ଦୈବୀ ଦୁର୍ବିପାକ ଓ ଅନ୍ୟାନ୍ୟ କାରଣରୁ କୃଷି ଜାତୀୟ ଦ୍ରବ୍ୟ କ୍ଷତି ହେଲେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ରେ କିପରି କ୍ଷତି ପୂରଣ ପାଇବା ସେ ନେଇ ଏକ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ କଞ୍ଚୁଡୁ ସହକାରୀ କୃଷି ଅଧିକାରୀ ଅମର ପ୍ରସାଦ ସାହୁ, ଗ୍ରାମ୍ୟ କୃଷି ସେବିକା ଅର୍ଚ୍ଚନା ନାୟକ, ବୀମା ସଂସ୍ଥା ମୁଖ୍ୟ ବସନ୍ତ ବିଶୋଇ, ସରପଞ୍ଚ ପି. ବାସନ୍ତୀ,ସମବାୟ ସେକ୍ରଟ୍ରି ଦେବରାଜ ମହାନ୍ତି, କୃଷକ ସାଥୀ ଗିରିଜା ଶଙ୍କର ମହାନ୍ତି, କୃଷ୍ଣ ଚନ୍ଦ୍ର ପଣ୍ଡା ଓ ପଞ୍ଚାୟତ ବାସୀ ଉପସ୍ଥିତି ଥିଲେ ଅନ୍ୟପକ୍ଷରେ ଆସନ୍ତା ଜୁଲାଇ ୩୧ ତାରିଖ ଏହି ବୀମାର ଶେଷ ତାରିଖ ରହିଛି ବୋଲି ସହକାରୀ କୃଷି ଅଧିକାରୀ ଶ୍ରୀସାହୁ ସୂଚନା ଦେଇଛନ୍ତି।