ଜଙ୍ଗଲ ଅଧିକାର ଆଇନ ୨୦୦୬ ଉଲଂଘନ ବିରୋଧରେ ବିଭିନ୍ନ ଆଦିବାସୀ ମଞ୍ଚ ପକ୍ଷରୁ ବିକ୍ଷୋଭ

0
71

ଗଜପତି (ଓବି ନ୍ୟୁଜ): ପାରଳାଖେମୁଣ୍ଡି ଠାରେ “ଜଙ୍ଗଲ ଅଧିକାର ଆଇନ ୨୦୦୬ ଉଲଂଘନ ବିରୋଧରେ ଅଖିଳ ଭାରତୀୟ କିଷାନ ମଜଦୁର ସଭା ଓ ଆଦିବାସୀ ଅଧିକାର ମଞ୍ଚ ପକ୍ଷରୁ ଭିନ୍ନ ଭିନ୍ନ ଭାବେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିରାଟ ଶୋଭାଯାତ୍ରାରେ ଆସି ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଆଦିବାସୀ ଅଧିକାର ମଞ୍ଚ ପକ୍ଷରୁ କୃଷକ ସଭାର ରାଜ୍ୟ ଉପସଭାପତି ଜଗନ୍ନାଥ ମିଶ୍ର ,ଡି:ୱାଇ:ଏଫଂ :ଆଇ: ରାଜ୍ୟ ସମ୍ପାଦକ ଜତୀନ ମହାନ୍ତି ।, ଜିଲ୍ଲା ସମ୍ପାଦକ ଦଣ୍ଡପାଣି ରଈତ ଏବଂ ଅଖିଳ ଭାରତ କିଷାନ ମଜଦୁର ସଭାର ଜିଲ୍ଲା ସମ୍ପାଦକ କେଦାର ଶବର ପ୍ରମୁଖ ଯୋଗ ଦେଇ ଥିଲେ ।ଏମାନଙ୍କ ସହ ଉଭୟ ମଞ୍ଚ ଓ ସଭାର ୧୫ ଶହରୁ ଉର୍ଦ୍ଧ୍ବ ଆଦିବାସୀ ମହିଳା ଓ ପୁରୁଷ ବିଭିନ୍ନ ପ୍ଲାକର୍ଡ଼ ଓ ଦଳୀୟ ପତାକା ଧରି ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା କରି ପରେ ମାହାମାନ୍ୟ ରାଷ୍ଟ୍ରପତିଙ୍କ ଉଦ୍ଦେଷ୍ରରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।

ଦାବି ଗୁଡ଼ିକ ମଧ୍ୟରେ ମୁଖ୍ୟତଃ ଜାଙ୍ଗଲ ଅଧିକାର ଆଇନ ୨୦୦୬ ଏବଂ ସଂଶୋଧିତ ନିୟମାବଳୀ ୨୦୧୨ କୂ ସଠିକ ଭାବେ କାର୍ଯ୍ୟ କାରୀ କରି ରାଜ୍ୟର ଆଦିବାସୀ ଓ ପାରମ୍ପରିକ ବନଜିବି ମାନଙ୍କୁ ଜଙ୍ଗଲ ଅଧିକାର ପ୍ରଦାନ କରାଯାଉ । ଏତତ ବ୍ୟତିତ, ଜାଙ୍ଗଲ ଅଧିକାର ସ୍ଥିର ନ ହେବା ପର୍ଯ୍ୟନ୍ତ ଆଦିବାସୀ ମାନେ ଚାଷବାସ କରି ଆସୁଥିବ କୋଣସି ହେଲେ ଜଙ୍ଗଲ ଜମିରେ ଜଙ୍ଗଲ ବିଭାଗ ପକ୍ଷରୁ କୋଣସି ଗଛ ଲଗାଇବା ବନ୍ଦ କରାଯାଉ ଏବଂ କେନ୍ଦ୍ର ସରକାରଙ୍କ ଆଦିବାସୀ ବିରୋଧୀ ନିତି ବନ୍ଦ ହେଉ ବୋଲି ଦାବି କରାଯାଇଛି ।

LEAVE A REPLY

Please enter your comment!
Please enter your name here